Sat. Apr 25th, 2026

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

288 Views

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନାଙ୍କ ସହିତ ବରିଷ୍ଠ ବିଜେପି ନେତାମାନେ ସ୍ୱାଗତ କରିଛନ୍ତି। ପରେ ଶ୍ରୀ ମୋଦି ହେଲିକାପ୍ଟର ଯୋଗେ ଅରୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଖୋର୍ଦ୍ଧା ଜିଲ୍ଲା ଅରୁଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟିକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିବା ସହିତ ୧୪ହଜାର ୫ଶହ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ଇଣ୍ଡିଆନ ଅଏଲର ପାରାଦୀପ- ହାଇଦ୍ରାବାଦ ଉତ୍ପାଦ ପାଇପ ଲାଇନଏବଂ ଗେଲ୍ ବୋକାରୋ-ଅନୁଗୁଳ ଗ୍ୟାସ ପାଇପ ଲାଇନ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜାତୀୟ ରାଜପଥର ୧୬ର ଚଣ୍ଡିଖୋଲ-ଭଦ୍ରକ ସେକ୍ସନ୍‌ ୬ ଥାକିଆ ରାସ୍ତା, ୧୬ ନମ୍ବର ଜାତୀୟ ରାଜପଥ ଉପରେ ଭୁବନେଶ୍ୱରର ଖଣ୍ଡଗିରି ଠାରେ ଫ୍ଲାଏ ଓଭର ନିର୍ମାଣ, ଅନୁଗୁଳ-କଟକର ୪ ଥାକିଆ ଲେନ୍‌ର ଭୂମିପୂଜନ କାର୍ଯ୍ୟରେ ଯୋଗ ଦେବେ। ପରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକଟିକେଟ ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିବେ। ସେହିପରି ଭୁବନେଶ୍ୱର ଇଏସଆଇ ହସ୍ପିଟାଲ୍ ଶଯ୍ୟା ସଂଖା ୫୦ରୁ ୧ଶହକୁ ବୃଦ୍ଧି କରିବା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ବିଜେପି କର୍ମକର୍ତ୍ତାମାନଙ୍କୁ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ।

By amfnews

Related Post