Mon. Aug 17th, 2026

ଆକବର ନିର୍ମାଣ କରାଇଥିବା ଦୁର୍ଗରେ ପ୍ରତିଷ୍ଠା ହେବ ସରସ୍ୱତୀ ଏବଂ ଋଷି ଭରଦ୍ୱାଜଙ୍କ ମୂର୍ତ୍ତି: ଯୋଗୀ ଆଦିତ୍ୟନାଥ LatestLeading

290 Views

ଯୋଗୀ କହିଛନ୍ତି ଯେ ପୂଜାର୍ଚ୍ଚନା ନିମନ୍ତେ ଏଥର ପ୍ରଥମ କରି ଅକ୍ଷୟ ବଟ ଏବଂ ସରସ୍ୱତୀ କୂପ କୁମ୍ଭମେଳା ସମୟରେ ଓ ପରେ ଖୋଲା ରହିବ।
ଲକ୍ଷ୍ନୌ ଠାରେ ଯୁବ କୁମ୍ଭର ଉଦ୍‌ଘାଟନ ସମାରୋହକୁ ଉଦ୍‌ବୋଧନ ଦେଇ ଯୋଗୀ ଆଦିତ୍ୟ ନାଥ କହିଲେ, ଏଥର ପ୍ରଥମ କରି ଅକ୍ଷୟ ବଟ ଏବଂ ସରସ୍ୱତୀ କୂପ କୁମ୍ଭମେଳା ସମୟରେ ଖୋଲା ରହିବ। ମୋଗଲ ସମ୍ରାଟ ଆକବର ସେଠାରେ ଦୁର୍ଗ ନିର୍ମାଣ କରାଇଥିବା କାରଣରୁ ଲୋକେ ସେଠାରେ ପୂଜାର୍ଚ୍ଚନା କରି ପାରୁ ନ ଥିଲେ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଯେ ଆସନ୍ତା ବର୍ଷର କୁମ୍ଭମେଳାରେ ସବୁଠୁ ଅଧିକ ଜନ ସମାବେଶ ହେବ। ଏହାକୁ ସବୁଠୁ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ୟୁନେସ୍କୋ ମାନ୍ୟତା ଦେଇଛି।

ପ୍ରୟାଗରାଜ ଠାରେ ବୈଚାରିକ କୁମ୍ଭରେ ସମସ୍ତ ପ୍ରମୁଖ ସନ୍ଥ ଅଂଶ ଗ୍ରହଣ କରିବେ।

ରାମ ମନ୍ଦିର ମାଲାରେ ସେ କହିଲେ, କେବଳ ଆମ ଦଳ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଇ ପାରିବ। ଅନ୍ୟ କେହି ପାରିବେ ନାହିଁ।

By amfnews

Related Post