Sat. May 16th, 2026

ଭାଇ ଭାଇକୁ ହତ୍ୟା କରିବା ପରେ ପୁଲିସ ଭୟରେ ୨୫ଦିନ ପର୍ଯ୍ୟନ୍ତ ଗୋବରରେ ଲୁଚାଇ ରଖିଥିଲା

177 Views

ଉତ୍ତରପ୍ରଦେଶ, ଜାନୁୟାରୀ ୦୭  : ଉତ୍ତରପ୍ରଦେଶ ସାମଲିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାଇ ଭାଇକୁ ପିଟି ପିଟି ହତ୍ୟା କରି ଦେଇଛି। ତେବେ ଏହି ଘଟଣା କାଳେ କାହାକୁ ଜଣାପଡ଼ି ଯିବ ସେଥିପାଇଁ ଭାଇର ମୃତଦେହକୁ ୨୫ଦିନ ପର୍ଯ୍ୟନ୍ତ ଗୋବରରେ ଲୁଚାଇ ରଖିଥିଲା ହତ୍ୟାକାରୀ ଭାଇ। ଏହାପରେ ତାର ଭାଇ କେଉଁଆଡେ ନିଖୋଜ ହୋଇଯାଇଥିବା ପୁଲିସକୁ ସୂଚନା ଦେଇଥିଲା। ପୁଲିସ ଯାଞ୍ଚ କରି ହତ୍ୟାକାରୀକୁ ଗିରଫ କରିବା ସହିତ ୨୫ଦିନ ପରେ ଗୋବର ଭିତରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ଏଭଳି ଏକ ଘଟଣା ସାମଲି ଜିଲ୍ଲା ଭାନାଭବନ ଅଞ୍ଚଳର ମୁଣ୍ଡେଟ ଖାଦରରେ ଘଟିଛି। ଡିସେମ୍ବର ୧୧ ରାତିରେ ପୁଷ୍ପରାଜ ଭାଇ ବିନୋଦ ସହିତ ବସି ମଦ ପିିିଇଥିଲା। ସେତେବେଳେ ଦୁହିଁଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବାଚସା ହୋଇଥିଲା। ଏହାପରେ ବିନୋଦ ପୁଷ୍ପରାଜକୁ ପାଖରେ ପଡ଼ିଥିବା ଏକ ବାଡିରେ ବାଡେଇ ବାଡେଇ ମାରି ଦେଇଥିଲା। ପୁଷ୍ପରାଜର ସେହି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଭାଇର ମୃତ୍ୟୁ ପରେ ପୁଲିସ ଭୟରେ ବିନୋଦ ପୁଷ୍ପରାଜ ମୃତଦେହକୁ ଏକ ବୋରାରେ ଭର୍ତ୍ତି କରି ଗୋବର ଭିତରେ ଲୁଚାଇ ଦେଇଥିଲେ।

By amfnews

Related Post