Thu. Jul 23rd, 2026

କଟକ: ନିକିତାଙ୍କ ସ୍ୱାମୀ, ଶାଶୁ ନାଁରେ ଏତଲା

222 Views

କଟକ, ଜାନୁୟାରୀ ୦୭  : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାକୁ ନେଇ ରବିବାର ନୂଆ ମୋଡ଼ ଆସିଛି। ନିକିତାଙ୍କ ବାପା ସନାତନ ବେହେରା ହତ୍ୟା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ କଟକର ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ଅଭିନେତ୍ରୀ ନିକିତାଙ୍କ ଶନିବାର ଘର ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ପୁଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ କରୁଛି।

ଏହି ଅଭିନେତ୍ରୀଙ୍କ ପ୍ରକୃତ ନାଁ ‘ଲକ୍ଷ୍ମୀପ୍ରିୟା’ ହୋଇଥିଲେ ମଧ୍ୟ ‘ଏସିପି ନିକିତା’ରେ ଅଭିନୟ ଯୋଗୁ ସେ ନିକିତା ନାଁରେ ହିଁ ପରିଚିତ ଥିଲେ ଏବଂ ଏହି ନାଁରେ ଲୋକପ୍ରିୟତା ଅର୍ଜନ କରିଥିଲେ।

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା, ଅଭିନେତା ଲିପୁନ ‌ ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରେ ସେ ପ୍ରାୟତଃ ମହାନଦୀବିହାର ସ୍ଥିତ ତାଙ୍କ ବାପଙ୍କ ଘରେ ରହୁଥିବାବେଳେ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାର ଘଟଣା ସମୟରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌େର ତାଙ୍କ ବାପା, ମା’ ଓ ସ୍ବାମୀ ଲିପୁନ ବି ଘରେ ଥିଲେ। କୁହାଯାଉଛି ଯେ, ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ, ‌ପରେ କଟକ ବଡ ମେଡିକାଲ ଏବଂ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଶନିବାର ଦିନ ସାଢେ ବାରଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

By amfnews

Related Post