Sat. Jul 25th, 2026

ବୈଜୟନ୍ତ ପଣ୍ଡାଙ୍କଠାରୁ ୨୬ ହଜାର ୯୪୮ ଭୋଟରେ ଆଗୁଆ ରହିଛନ୍ତି ଅନୁଭବ ମହାନ୍ତି

302 Views

କେନ୍ଦ୍ରାପଡ଼ା:  ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ବାଜି ମାରିପାରନ୍ତି ବୋଲି ବର୍ତ୍ତମାନର ଟ୍ରେଣ୍ଡ୍ କହୁଛି। ଭୋଟ୍ ଗଣତି ପ୍ରକ୍ରିୟାର ଟ୍ରେଣ୍ଡ୍ ଅନୁସାରେ ଅନୁଭବ ବର୍ତ୍ତମାନ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ୨୬ ହଜାର ୯୪୮ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଲଢ଼େଇ କରୁଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ । ଏଯାବତର ରିପୋର୍ଟ ଅନୁଯାୟୀ ଅନୁଭବ ମହାନ୍ତି ୭୩,୫୨୫ଟି ଭୋଟ୍ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୪୬,୫୭୭ଟି ଭୋଟ୍ ପାଇଥିଲେ।

ଅପରପକ୍ଷରେ ଧରଣୀଧର ନାୟକ୧୫,୩୩୮ଟି ଭୋଟ୍ ପାଇଥିଲେ।ଆହୁରି କେତେକ ରାଉଣ୍ଡ ଭୋଟ ଗଣତି ବାକି ରହିଛି। କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ  ଅଧିକାଂଶ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଥିବାର ସୂଚନା ମିଳିଛି। ଏହା ଅନୁଭବଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଉଛି। ତେବେ ଫାଇନାଲ ରିପୋର୍ଟକୁ ଅପେକ୍ଷା କରାଯିବା ଉଚିତ ବୋଲି କୁହାଯାଇପାରେ । କେନ୍ଦ୍ରାପଡ଼ାରେ ଏଥର ଭଲ ଟକ୍କର ଅବଶ୍ୟ ଦେଖିବାକୁ ମିଳିଛି।

By amfnews

Related Post