Sun. Oct 18th, 2026

ବୀରଙ୍କ ବସ୍ତାରୁ ମିଳିଲା ବେଆଇନ୍‌ ଜିନିଷ

213 Views

ମୋହନା : ନାଁ ପାତ୍ରିକ ବୀର। ଘର ଗଜପତି ଜିଲ୍ଲା  ଆର.ଉଦୟଗିରି ଥାନା ଅନ୍ତର୍ଗତ ଆତଲିମା ଗାଁରେ। ଆଜି ଭୋରରେ ସେ ଏକ ବସ୍ତା ଧରି ଗାଁ ନିକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ତେବେ ଡେକାପଲ୍ଲୀ ଓ କିରମା ଅଞ୍ଚଳରେ ପାଟ୍ରୋଲିଂ ସାରି ଫେରୁଥିବା ପୁଲିସ୍‌ ଟିମ୍‌ର କାହିଁକି କେଜାଣି ବୀରଙ୍କ ଉପରେ ସନ୍ଦେହ ହେଲା। ସେମାନେ ତାଙ୍କ ନିକଟରେ ଅଟକି ଥିଲେ ଓ ବସ୍ତାଟିକୁ ଯାଞ୍ଚ କରିଥିଲେ। ଆଉ ବୀରଙ୍କର ସବୁ ଚାଲାକି ଧରା ପଡ଼ି ଯାଇଥିଲା। କାରଣ ସେଥିରେ ଗଞ୍ଜେଇ ଥିଲା। ପୁଲିସ୍ ଏହି ଗଞ୍ଜେଇକୁ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ବୀର ବସ୍ ଅବା କୌଣସି ଗାଡ଼ିରେ ଲଦି ଚାଲାଣ କରିବାକୁ ଯୋଜନା କରିଥିଲେ। ତେବେ ପାଟ୍ରୋଲିଂ ପୁଲିସ୍ ତାଙ୍କର ସବୁ ଯୋଜନା ପଣ୍ଡ କରିଦେଲା। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

 

By amfnews

Related Post