Sun. Oct 18th, 2026

ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଧମକ!, ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକ ଗିରଫ, ୪ ଫେରାର

240 Views

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କେନ୍ଦୁମୁଣ୍ଡା ଜଗନ୍ନାଥ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦୁଇ ଜଣ ୱେବ ପୋର୍ଟାଲ ରିପୋର୍ଟରଙ୍କୁ ସିନାପାଲି ଥାନା ପୁଲିସ ଗିରଫ କରିଛି। ଗିରଫ ଦୁଇ ସାମ୍ବାଦିକ ହେଲେ ଶତୀଶ ଯୋଷୀ(୫୨) ଓ ଶମ୍ଭୁ ସରାଫ(୨୬)। ଗୁରୁବାର ଗିରଫ ସମ୍ବାଦିକ ଦ୍ବୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ଏହି ଘଟଣାରେ ଅନ୍ୟ ୪ ଜଣ ୱେବ ପୋର୍ଟଲ ସାମ୍ବାଦିକ ଫେରାର ଥିବା ଜଣାପଡ଼ିଛି। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଆଇଆଇସି ଜ୍ୟୋତି ରଂଜନ ଗୌଡ଼ ସୂଚନା ଦେଇଛନ୍ତି। ପୁଲିସ ସୂଚନା ମୁତାବକ, ଗତ ଜୁଲାଇ ୮ ତାରିଖରେ କିଛି ୱେବ ପୋର୍ଟାଲ ସାମ୍ବାଦିକ କେନ୍ଦୁମୁଣ୍ଡା ଜଗନ୍ନାଥ ହାଇସ୍କୁଲକୁ ଯାଇଥିଲେ। ସେଠାରେ ସ୍କୁଲର କିଛି ଭିଡିଓ ଉଠାଇ ତାକୁ ନ୍ୟୁଜ କରାଯିବ ବୋଲି କହି ବ୍ଲାକମେଲ କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ଗାଳିଗୁଲଜ କରି ଅର୍ଥ ଦାବି କରିଥିଲେ। ଏମିତିକି ତାଙ୍କୁ ଜୀବନରେ ମାରିଦେବେ ବୋଲି ମଧ୍ୟ କିଛି ସାମ୍ବାଦିକ ଧମକ ଦେଇଥିଲେ। ଏନେଇ ଗତ ୨୩ ତାରିଖରେ ପ୍ରଧାନ ଶିକ୍ଷକ ବୁଡୁ ମେହେର ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

By amfnews

Related Post