Wed. Jun 24th, 2026

ବିମୁଦ୍ରାୟନ ଏକ ବଡ଼ ସ୍କାମ୍‌ : ରାହୁଲ, ଜେଟଲିଙ୍କ ଜବାବ : ଅଳ୍ପ ବିଦ୍ୟା ଭୟଙ୍କରୀ

373 Views

ନୂଆଦିଲ୍ଲୀ : ବିମୁଦ୍ରାୟନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିମୁଦ୍ରାୟନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଞ୍ଜିବାଦୀ ବନ୍ଧୁମାନଙ୍କୁ ଫାଇଦା ପହଞ୍ଚାଇବାକୁ କରାଯାଇଥିଲା ବୋଲି ସେ କହିଛନ୍ତି । ସେ କହୁଛନ୍ତି ଯେ ମୋଦିଙ୍କ ୧୫-୨୦ ପୁଞ୍ଜିପତିଙ୍କ କଳାଧନକୁ ଧଳା କରିବା ପାଇଁ କରାଯାଇଥିଲା । ଏହା ଆଉ କିଛି ନୁହେଁ ଏକ ବହୁତ ବଡ଼ ସ୍କାମ ।  ରାହୁଲଙ୍କ ଏହି ଆକ୍ରମଣର ତୁରନ୍ତ ଜବାବ ଦେଇଛି ବିଜେପି । ଦଳ ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ  ବିମୁଦ୍ରାୟନର ଲକ୍ଷ୍ୟ ହାସଲ ହୋଇଛି ।

ରାହୁଲ ଗାନ୍ଧିଙ୍କ ଅଳ୍ପ ବିଦ୍ୟା ବେଶ ଭୟଙ୍କରୀ ବୋଲି ସେ କହିଛନ୍ତି । ଗତକାଲି ରିଜର୍ଭ ବ୍ୟାଙ୍କ କହିଥିଲା ଯେ ବିମୁଦ୍ରାୟନ ପରେ ପ୍ରାୟ ୯୯.୩୧ ପ୍ରତିଶତ ଅଚଳ ନୋଟ ଫେରିଆସିଛି । ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଦିନ ସରକାର ୫ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ୍ର ବିମୁଦ୍ରୀକରଣ  କରିଥିଲେ । ଯଦିଓ ବିମୁଦ୍ରୀକରଣର ଦୁଇ ବର୍ଷ ପରେ ସମସ୍ତ ଅଚଳ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରି ନାହିଁ, ତଥାପି ୯୯.୩୧ ପ୍ରତିଶତ ଅଚଳ ନୋଟ୍ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ମୋଟ୍ ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କା ମୂଲ୍ୟର ଅଚଳ ନୋଟ୍ ରିଜର୍ଭ ବ୍ୟାଙ୍କୁ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

By amfnews

Related Post