Tue. Sep 8th, 2026

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ଆମ୍ବୁଲାନ୍ସ

297 Views

ଢ଼େଙ୍କାନାଳ : ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ହେଲେ ଡ୍ରାଇଭର ଓ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଆମ୍ବୁଲାନ୍ସ ହେଲପର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ ନେଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଯାଉଥିଲା। ମାତ୍ର କପିଳାସ ରାସ୍ତାର ଭଗବାନପୁର ନିକଟରେ ଗାଡ଼ିର ଷ୍ଟିଅରିଙ୍ଗ୍ ଫେଲ୍‌ ହେବାରୁ ତାହା ଏକ  ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ବିଦ୍ୟୁତ୍‌ ଖୁଣ୍ଟଟି ଦୁଇ ଗଡ ହୋଇଯାଇଥିବା ବେଳେ ରାସ୍ତାରେ 11 କେଭି ବିଦ୍ୟୁତ୍‌ ତାର ବିଛାଇ ହୋଇପଡିଥିଲା ।

ଆମ୍ବୁଲାନ୍ସରେ ଥିବା ହେଲପରଙ୍କର ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହଠାତ୍ ଆମ୍ବୁଲାନ୍ସର ଷ୍ଟିଅରିଙ୍ଗ ଫେଲ ହେବାରୁ ବିଦ୍ୟୁତ୍‌ ଖୁଣ୍ଟରେ ତାହା ପିଟି ହୋଇଯାଇଥିଲା ବୋଲି ଡ୍ରାଇଭର କହିଛନ୍ତି।

By amfnews

Related Post