Sat. May 16th, 2026

ବିଦ୍ୟାଳୟ ପାଖରେ କଲରାପତରିଆ

137 Views

କୋଟଗଡ , ଜାନୁୟାରୀ ୦୭  : ବିଦ୍ୟାଳୟ ପାଖରେ ବୁଲୁଛି କଲରାପତରିଆ ବାଘ। କନ୍ଧମାଳ ଜିଲ୍ଲା କୋଟଗଡ଼ ଝରିଆପଦା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ କଲରାପତରିଆ ବାଘର ଗତିବିଧିକୁ ନେଇ ଲୋକଙ୍କ ଭିତରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଆଜି ସକାଳୁ ସକାଳୁ ଲୋକେ କଲାରାପତରିଆ ବାଘକୁ ବିଦ୍ୟାଳୟ ନିକଟରେ କିଛି ଛେଳିକୁ ଗୋଡ଼ାଉଥିବା ଦେଖିବାକୁ ପାଇଥିଲେ।

ଭୟଭୀତ ହୋଇ ସେମାନେ ପାଟିତୁଣ୍ଡ କରିବା ପରେ ବାଘଟି ସେଠାରୁ ପଳାଇଥିଲା। ଏହା ପରେ ସଂଗେ ସଂଗେ ସ୍ଥାନୀୟବାସିନ୍ଦା ସ୍ଥାନୀୟ ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କର୍ମଚାରୀ ମାନେ ପହଞ୍ଚି ବାଘର ପାଦଚିହ୍ନ ଠାବ କରିଥିଲେ। ବାଘର ଗତିବିଧି ଜାଣିବା ପାଇଁ ଟ୍ରାପ୍ କ୍ୟାମେରା ଲଗାଯାଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତହୋଇ ରହିଥିବା ଜଣାପଡ଼ିଛି। ବନବିଭାଗ ଅଧିକାରୀ ବିଦ୍ୟାଧର ଜାନୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହି ଦୁଇ ମାସ ବାଘ ଚଳଚଞ୍ଚଳ ରହିବେ। ତେବେ ଜଙ୍ଗଲରୁ ବାଘ ଯେଭଳି ସହରକୁ ନ ଆସିବେ ଏହା ଉପରେ ନଜର ରଖାଯିବ ବୋଲି କହିଛନ୍ତି।

By amfnews

Related Post