Wed. Oct 14th, 2026
263 Views

ଭୁବନେଶ୍ବର , ଜାନୁୟାରୀ ୦୭  : ଜାନୁଆରି ୧୧ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ଥଣ୍ଡା। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ଏପାଖସେପାଖ ହେବ। ଉପକୂଳ, ଉତ୍ତର ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ରାତିର ପାରଦ ୧୦ ଡିଗ୍ରି ତଳେ ରହିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର କହିବା କଥା ହେଉଛି ଆଣ୍ଡାମାନ ସା‌ଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନର ପ୍ରଭାବ ବଙ୍ଗୋପସାଗର ଉପରେ ରହୁଛି। ‌ତେଣୁ ସମୁଦ୍ର ଆଡ଼ୁ ଓଡ଼ିଶା ଆଡ଼କୁ ପବନ ଆସୁଥିବାରୁ ପାଗରେ ସାମାନ୍ୟ ପରିବର୍ତନ ହୋଇଛି। ତାପମାତ୍ରା ଟିକିଏ ବଢ଼ିଛି। ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଏବେ ଆଉ ଆଗଭଳି ଥଣ୍ଡା ହେବ ନାହିଁ। ଆଜି ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଅନୁଗୁଳରେ ସର୍ବନିମ୍ନ ୭.୬ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେପଟେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ ଏବେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟା ହେଲା ଏହା ପଶ୍ଚିମ-ଉତ୍ତର ଆଡ଼କୁ ଘଣ୍ଟା ପ୍ରତି ୨୧ କିମି ବେଗରେ ଗତି କରୁଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ତାହା ଡିପ୍ରେସନରେ ପରିଣତ ହେବ। ଏହାପରେ ମିଆଁ‌ମାର ଉପକୂଳ ଆଡ଼କୁ ଯାଇ ଦୁର୍ବଳ ହୋଇଯିବ। ଭାରତ ଉପରେ ଏହାର ପ୍ରଭାବ ନ ଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରି ସରକାରଙ୍କୁ ଏହା ଉପରେ ନଜର ରଖିବାକୁ ଚିଠି ଲେଖାଯାଇଛି।

By amfnews

Related Post