Thu. Sep 3rd, 2026

ବିତର୍କ ନ ସରିବାଯାଏଁ ଆସ୍ଥାଭୋଟ୍‌ ହୋଇପାରିବ ନାହିଁ: କର୍ଣ୍ଣାଟକ ବିଧାନସଭା ବାଚସ୍ପତି

218 Views

ବେଙ୍ଗାଲୁରୁ  : ବିଧାନସଭାରେ ଆଜି ୧: ୩୦ ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମୟ ଦେଇଥିବା ରାଜ୍ୟପାଳ ବାଜୁଭାଇ ବଲାଙ୍କ ସହ ଏଚ୍‌ଡି କୁମାରସ୍ୱାମୀଙ୍କ ସରକାର ବିବାଦ ଆରମ୍ଭ କରିବାକୁ ଯାଉଛନ୍ତି। ବିଧାନସଭାରେ କୁମାରସ୍ୱାମୀ କହିଛନ୍ତି ଯେ ଗୃହର କାର୍ଯ୍ୟରେ ରାଜ୍ୟପାଳ ସ୍ୱେଚ୍ଛାଚାର କରିପାରିବେ ନାହିଁ।

ରାଜ୍ୟପାଳଙ୍କ ନିର୍ଦେଶନାମାକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିରୋଧ କରିବା ପରେ ପରେ ବିଧାନସଭାରେ କର୍ଣ୍ଣାଟକ ମନ୍ତ୍ରୀ କୃଷ୍ଣ ବାଇରେଗୌଡ଼ା କହିଲେ ଯେ ଆସ୍ଥା ଭୋଟ୍‌ ହେଉଛି ଗୃହର ସମ୍ପଦ… ଗୃହର କାର୍ଯ୍ୟାବଳୀ ଉପରେ ରାଜ୍ୟପାଳଙ୍କର ସ୍ୱେଚ୍ଛାଚାର ନାହିଁ।

ସାଢ଼େ ଗୋଟାଏ ବାଜିବାର କିଛି ସମୟ ପୂର୍ବରୁ କୁମାରସ୍ୱାମୀ କହିଲେ, ବାଚସ୍ପତି ମହୋଦୟ, ଆପଣ ବିଚାର କରନ୍ତୁ ଗୃହରେ ଚାଲିଥିବା ପ୍ରସଙ୍ଗ ଉପରେ ରାଜ୍ୟପାଳଙ୍କର ଏ ଭଳି କ୍ଷମତା ଅଛି କି, ନାହିଁ… ଆସ୍ଥା ଭୋଟ୍‌ ସଂକ୍ରାନ୍ତରେ ବିତର୍କ ହେବା ଆବଶ୍ୟକ। ଏବେ ବାଚସ୍ପତି ଅପରାହ୍ଣ ତିନିଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି। ବିତର୍କ ନ ସରିଲେ ଆସ୍ଥାଭୋଟ୍‌ ହୋଇ ପାରିବ ନାହିଁ ବୋଲି କହିଲେ ରାଜ୍ୟପାଳ।

By amfnews

Related Post