Thu. Sep 24th, 2026

ୟୁରୋପରେ ଆମେରିକା ଓ ନାଟୋର ଗୁପ୍ତ ଆଣବିକ ଅସ୍ତ୍ର ବେସ୍‌ରେ ରୁଷ୍‌ ଆଡ଼କୁ ମୁହଁ କରି ରହିଛି ୧୫୦ ବୋମା

230 Views

ନୂଆଦିଲ୍ଲୀ  : କାନାଡାର ସିନେଟର୍‌ ଯୋସେଫ୍‌ ଏ ଡେ’ଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ନାଟୋର ଇଉରୋପ୍‌ରେ ଥିବା ୬ଟି ଅତି ଗୋପନୀୟ ଆଣବିକ୍‌ ବେସ୍‌ ପବ୍ଲିକ୍‌ ଡୋମେନ୍‌କୁ ଆସିଛି। ଏପ୍ରିଲ୍‌ ୨୦୧୯ରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା କି, ଇଉରୋପୀୟ ମାଟିରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାୟ ୧୫୦ଟି ଆଣବିକ ଅସ୍ତ୍ର ରହିଛି।

ବେଲିଜିୟମ୍‌ର ଖବରକାଗଜ ‘ଡି ମୋର୍ଗେନ୍‌’ ରିପୋର୍ଟ ଅନୁସାରେ, ଛଅଟି ବେସ୍‌ରେ ଥିବା ଆଣବିକ ଅସ୍ତ୍ରଶସ୍ତ୍ରଗୁଡ଼ିକ ରୁଷ୍‌ ଆଡ଼କୁ ମୁହଁ କରି ରହିଛି। ଏହି ବେସ୍‌ଗୁଡ଼ିକ ହେଉଛି- ବେଲ୍‌ଜିୟମ୍‌ର କ୍ଲିନ୍‌ ବ୍ରୋଗେଲ୍‌, ଜର୍ମାନ୍‌ର ବୁସେଲ୍‌, ଇତାଲିର ଏଭିଆନୋ ଏବଂ ଘେଡି-ତୋରେ, ନେଦର୍‌ଲାଣ୍ଡ୍‌ସ୍‌ର ଫୋଲ୍‌କେଲ୍‌ ଏବଂ ତୁର୍କୀର ଇନ୍‌ସିର୍‌ଲିକ୍‌। ଇଉରୋପରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ଆଣବିକ ଅସ୍ତ୍ରଗୁଡ଼ିକ ହେଉଛି ବିସିକ୍‌ଷ୍ଟିଓ୍ଵାନ୍‌ ଥର୍ମୋନ୍ୟୁକ୍ଲିୟର୍‌ ଗ୍ରାଭିଟି ବମ୍‌।

କିନ୍ତୁ ଚୂଡ଼ାନ୍ତ ରିପୋର୍ଟରେ ଆଣବିକ ବେସ୍‌ କଥା ଉଲ୍ଲେଖ କରାଯାଇ ନାହିଁ। ପୂର୍ବର ସୋଭିଏତ୍‌ ଦେଶ ସହ ମୁକାବିଲା କରିବାକୁ ହୋଇଥିବା ସାମରିକ ମେଣ୍ଟ ଆଣବିକ ଘାଟି ପାଇଁ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍‌ସ୍‌ ଏବଂ ଇଂଲଣ୍ଡ ଉପରେ ନିର୍ଭର କରୁଥିଲା।

By amfnews

Related Post