Fri. Apr 24th, 2026
449 Views

ବରଗଡ଼ : ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ରେକର୍ଡ ସହ ବିଜୟୀ ହେଲେ ବିଜେଡିର ରୀତା ସାହୁ।  ରୀତା  ମୋଟ ୧, ୩୫, ୯୫୭ ଭୋଟ ପାଇଥିବା ବେଳେ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡ଼ି ଯାଇଛନ୍ତି। ବିଜେପିର ସନତ ଗଡ଼ତିଆଙ୍କୁ ୩୭, ୯୬୭ ଭୋଟ ମିଳିଥିବା ବେଳେ କଂଗ୍ରେସର ଦିଲୀପ ପଣ୍ଡା ପାଇଛନ୍ତି ମାତ୍ର ୫୮୭୬ ଭୋଟ। ମୋଟ ୯୭, ୯୯୦ ଭୋଟ ବ୍ୟବଧାନରେ ଜିତି ରୀତା ଗତ ନିର୍ବାଚନର ସର୍ବାଧିକ ବିଜୟ ବ୍ୟବଧାନକୁ ଟପି ରେକର୍ଡ କରିଛନ୍ତି ।

ଗତ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ବ୍ୟବଧାନରେ ଜିତିଥିବା ବେଳେ ଏହି ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି ରୀତା। ଖଣ୍ଡପଡ଼ାରୁ ସୌମ୍ୟ ୮୧, ୪୩୦ ଭୋଟରେ ଜିତିଥିଲେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟପିଗଲେ ରୀତା। ବିଜେପୁରରୁ ନବୀନ ଗତ ଥର ୫୭, ୧୨୨ ଭୋଟରେ ଜିତିଥିଲେ।

By amfnews

Related Post