Fri. Apr 24th, 2026

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବଳଭଦ୍ର ମାଝି

163 Views

ଭୁବନେଶ୍ୱର: ନବରଙ୍ଗପୁରର ଲୋକସଭା ସଦସ୍ୟ ସାଂସଦ  ବଳଭଦ୍ର ମାଝି ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସିଥିଲେ ,ମାତ୍ର ତାଙ୍କ ସହ ଦେଖା ହୋଇ ପାରି ନଥିଲା। ଏହାପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି । ସେ କହିଛନ୍ତି ଯେ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ ବିଜେଡିରୁ ଇସ୍ତଫା ଦେଲେ ।

ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା ବିଜେଡିକୁ ବଡ ଝଟକା ଦେଇଛି । ତେବେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ । ୨୦୧୪ରେ ବିଜେଡି ଟିକେଟରେ ବଳଭଦ୍ର କଂଗ୍ରେସର ହେଭିୱେଟ ପ୍ରଦୀପ ମାଝୀଙ୍କୁ ୨୦୦୦ରୁ କମ ଭୋଟରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

By amfnews

Related Post