Fri. Oct 16th, 2026

ବିଚ୍‌ ବଜାରରେ ମହିଳାଙ୍କ ଚୁଟି ଟଣାଟଣି ଓ ମାରପିଟ, ଭିଡିଓ ଭାଇରାଲ୍‌

256 Views

ବାଲେଶ୍ୱର  : ବଜାର ମଝିରେ କିଛି ମହିଳାଙ୍କ ମଧ୍ୟରେ ଚାଲିଛି ଚୁଟି ଟଣାଟଣି। ଖାଲି ସେତିକି ନୁହେଁ, ଗୋଇଠା ଓ ବିଧା ମରାମରି ବି ହେଉଛି। ଏଭଳି ଦୃଶ୍ୟ ଥିବା ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ଏହି ଭିଡିଓଟି ବାଲେଶ୍ୱର ସହର ସହଦେବଖୁଣ୍ଟା ଅଞ୍ଚଳର ଏକ ଦୋକାନ ସମ୍ମୁଖର। ଦୋକାନ ଘର ଖାଲି କରିବାକୁ ନେଇ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଦେଖଣାହାରୀ ସେମାନଙ୍କୁ ଛଡ଼ାଇବା ବଦଳରେ ଏହି ଦୃଶ୍ୟକୁ ଉପଭୋଗ କରିବା ସହିତ ଏହାକୁ ମୋବାଇଲ୍‌ରେ ରେକର୍ଡ କରିଥିଲେ, ଯାହା ଏବେ ଭାଇରାଲ୍ ହେଉଛି।

ସୂଚନା ଅନୁଯାୟୀ, ସହଦେବଖୁଣ୍ଟା ଅଞ୍ଚଳର ପଦାରବିନ୍ଦ ମହାପାତ୍ର ତାଙ୍କ ଦୋକାନ ଘରକୁ ବାରବାଟୀ ଅଞ୍ଚଳର ଜଣେ ବ୍ୟବସାୟୀ ଭଡ଼ାରେ ଦେଇଥିଲେ। ସେଠାରେ ସେ ଦୀର୍ଘ ବର୍ଷ ହେଲା ଷ୍ଟୁଡିଓ କରି ଚଳୁଥିଲେ। ନିକଟରେ ପଦାରବିନ୍ଦ ତାଙ୍କୁ ଦୋକାନ ଘର ଖାଲି କରିବା ପାଇଁ କହିଥିଲେ। ତେବେ ବ୍ୟବସାୟୀ ଜଣଙ୍କ ତାଙ୍କ କଥା ଶୁଣି ନଥିଲେ। ଏହାପରେ ଗତ ରବିବାର ପଦାରବିନ୍ଦ ଦୋକାନ ଘରୁ ସମସ୍ତ ଜିନିଷ ବାହାର କରି ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷର ମହିଳାଙ୍କ ମଧ୍ୟରେ ଦୋକାନ ସମ୍ମୁଖରେ ପାଟିତୁଣ୍ଡ ସହ ମାରପିଟ ହୋଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା। ସେଠାରେ ଘଟଣାର ସମାଧାନ କରାଯାଇଥିଲା। ଏ ଘଟଣା ନେଇ କୌଣସି ପକ୍ଷ ଥାନାରେ ଲିଖିତ ଅଭିଯୋଗ କରି ନଥିବା ଜଣାପଡ଼ିଛି।

By amfnews

Related Post