Fri. Oct 16th, 2026

‘ରାବଣ’ ବେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା

252 Views

ଭୋପାଲ  : ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉଛି ‘ବିଜୟା ଦଶମୀ’। ଏହି ଅବସରରେ ଦେଶର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ହେଲେ ମଧ୍ୟପ୍ରଦେଶର ଖାରଖେଡି ବାସୀ ଚିରାଚରିତ ପରମ୍ପରାରୁ ହଟି ଟିକିଏ ନିଆରା ଭାବରେ ରାବଣ ପୋଡ଼ି କରିଛନ୍ତି।

କାରଣ ଖାର ଖେଡି ବାସୀ ରାବଣ ସ୍ଥାନରେ ଭାରତର ଶତ୍ରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ରାବଣ ଭାବରେ ଚିତ୍ରତି କରି ତାଙ୍କ କୁଶପୁତ୍ତଳିକା ତିଆରି କରିଥିଲେ। ଯାହାର ଉଚ୍ଚତା ଥିଲା ୫୧ ଫୁଟ୍। ଏହାପରେ ପରମ୍ପରା ଅନୁଯାୟୀ ଇମ୍ରାନଙ୍କ କୁଶପୁତ୍ତଳିକାରେ ନିଆଁ ଲଗାଯାଇ ଦାହ କରାଯାଇଥିଲା।

By amfnews

Related Post