Mon. Apr 27th, 2026

ବାହା କରାଇବାକୁ ଉଭୟ ପରିବାର ଅରାଜି ହେବାରୁ ଆତ୍ମହତ୍ୟା କଲେ ନାବାଳକ-ନାବାଳିକା ପ୍ରେମୀଯୁଗଳ

341 Views

ଜାମସେଦପୁର, ଜାନୁଆରୀ ୧୫: ଝାଡଖଣ୍ଡର ଜାମସେଦପୁରରେ ଜଣେ ନାବାଳକ ଓ ନାବାଳିକା ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ଅନୁଯାୟୀ ଉଭୟଙ୍କର ବୟସ ୧୭ ବର୍ଷ। ଉଭୟଙ୍କର ସମାନ ଗୋତ୍ର ହୋଇଥିବା ହେତୁ ପରିବାରରେ ସେ ଦୁହିଁଙ୍କର ବାହାଘର କରାଇବାକୁ ଅରାଜି ହୋଇଥିଲେ। ଏହି ଘଟଣା ଡୁମରିଆ ଥାନା ଅନ୍ତର୍ଗତ ସ୍ୱର୍ଗଛିରା ଗ୍ରାମରେ ଘଟିଛି।

ମୃତ ନାବାଳକ ଓ ନାବାଳିକା ପରସ୍ପରକୁ ପ୍ରାୟ ଦେଢ ବର୍ଷ ହେବ ପ୍ରେମ କରୁଥିଲେ। ଜନଜାତିରେ ସମ ଗୋତ୍ରରେ ବିବାହର ପରଂପରା ନ ଥିବା ହେତୁ ଉଭୟଙ୍କର ପରିବାର ଏହି ବାହାଘରକୁ ନେଇ ସମ୍ମତି ଜଣାଇଲେ ନାହିଁ ବୋଲି ଡୁମରିଆର ଥାନା ଅଧିକାରୀ କରମପାଲ ଭକତ କହିଛନ୍ତି। ସେ ଦୁହେଁ ଗୋଟିଏ ଶାଢିରେ ଫାସ ଲଗାଇ ପେଦିଦାରୋ ନଦୀ କୂଳରେ ଶନିବାର ରାତିରେ ଏକ ବର ଗଛରେ ଝୁଲିଯାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ନାବାଳକ ଏକ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ଥିବା ବେଳେ ଝିଅଟି ଏକ ପେଟିକୋଟ୍‌ ଓ ଫ୍ରକ୍‌ ପିନ୍ଧି ଥିଲା। ପୁଲିସ ଘଟଣା ସ୍ଥଳରୁ ଏକ ମୋବାଇଲ୍‌ ଫୋନ୍‌ ଓ ତମାଖୁ ପ୍ୟାକେଟ୍‌ ଜବତ କରିଛି। ଅନ୍ୟ ଏକ ଘଟଣାକ୍ରମେ ସେହି ଅଞ୍ଚଳରେ ଜଣେ ୧୪ ବର୍ଷୀୟ
ନାବାଳିକା ନିଜର ଆଈଙ୍କ ଘରେ ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି।

By amfnews

Related Post