Thu. Jun 11th, 2026

ସବରିମାଲା ମନ୍ଦିରରେ ପ୍ରବେଶ କରିଥିବା ମହିଳାଙ୍କୁ ସଂପର୍କୀୟମାନଙ୍କର ମରଣାନ୍ତକ ଆକ୍ରମଣ

386 Views

ସବରିମାଲା (କେରଳ), ଜାନୁଆରୀ ୧୫ : କେରଳର ସବରିମାଲା ମନ୍ଦିରରେ ପ୍ରବେଶ କରି ଦୁଇ ଜଣ ମହିଳା ହଟଚମଟ ସୃଷ୍ଟି କରିଥିଲେ। ଏମାନଙ୍କ ଭିତରୁ ଜଣେ ହେଲେ କନକ ଦୁର୍ଗା। ସେ କେରଳର କନ୍ନୁର ବିଶ୍ୱବିଦ୍ୟାଳୟରେ ଜଣେ ଆଇନ୍‌ ଅଧ୍ୟାପିକାଭାବେ କାର୍ଯ୍ୟ କରନ୍ତି। ଗତ ଜାନୁଆରି ୨ ତାରିଖରେ ଭଗବାନ ଆୟପ୍ପାଙ୍କ ଏହି ପାହାଡ଼ି ମନ୍ଦିରରେ ପ୍ରବେଶ କରିବାପରେ କନକ ଦୁର୍ଗା ଘୋର ବିରୋଧର ସମ୍ମୁଖୀନ ହୋଇଥିଲେ। କାରଣ ସେ ବ୍ରହ୍ମଚାରୀ ଭଗବାନ ଆୟପ୍ପାଙ୍କର ଅପମାନ କରିଥିଲେ ବୋଲି କୁହାଗଲା।ବିଶେଷ କରି ତାଙ୍କୁ ପରିବାର ଲୋକେ ଏବଂ ସଂପର୍କୀୟମାନେ ବିରୋଧ କରିଥିଲେ।

ଏହାଫଳରେ ସେ କିଛି ଦିନ ଲୁଚି ରହିବାକୁ ଠିକ୍‌ ମନେ କରିଥିଲେ। ଏହାପରେ କନକ ଦୁଗାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ନିରୁଦ୍ଦିଷ୍ଟ ହୋଇଥିବାର ଏକ ଏତଲା ଥାନାରେ ଦେଇଥିଲେ। କିନ୍ତୁ ଗତକାଲି ଯେତେବେଳେ କନକ ଦୁର୍ଗ ଘରକୁ ଫେରୁଥିଲେ ସେତେବେଳେ ତାଙ୍କୁ କିଛି ସଂପର୍କୀୟ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

By amfnews

Related Post