Wed. Sep 9th, 2026

ବାହାଘର ନିମନ୍ତ୍ରଣ ପତ୍ରରେ ତ୍ରୁଟି ଥିବା ନେଇ ଟ୍ରୋଲ୍‌ ହେଲେ ରଣବୀର-ଦୀପିକା , ଜାଣନ୍ତୁ କି ତ୍ରୁଟି ରହିଛି ସେଥିରେ

253 Views

ମୁମ୍ବାଇ,ଅକ୍ଟୋବର, ୨୨ : ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ତାରିଖ ଘୋଷିତ ହେବା ସହ ପ୍ରଥମ ଥର ପାଇଁ ନିଜ ବିବାହର ତାରିଖ ସ୍ପଷ୍ଟ କରିଛନ୍ତି ଦୀପ୍-ବୀର । ଇନ୍ଷ୍ଟାଗ୍ରାମରେ ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ଦୁହେଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିବା ଦେଖା ଯାଇଛି ।ହେଲେ ସେହି ନିମନ୍ତ୍ରଣ ପତ୍ରରେ କେତେକ ତ୍ରୁଟି ଥିବା ନେଇ ଟ୍ରୋଲର୍ସଙ୍କ ନଜରରେ ପଡ଼ିଛନ୍ତି ଏହି ପ୍ରେମୀ ଯୁଗଳ।

ବିଶେଷକରି ଏହି ହିନ୍ଦୀ ଭାଷାର ନିମନ୍ତ୍ରଣ ପତ୍ରରେ ଦୀପିକା ପରିବର୍ତ୍ତେ ଦୀପୀକା ଲେଖାଯାଇଥିବାରୁ ଅନେକ ଲୋକ ନାକ ଟେକିଛନ୍ତି। ଜଣେ ଟ୍ରୋଲର୍‌ ଏକଥା ବି ଲେଖିଛନ୍ତି ଯେ ସାଧାରଣତଃ ବାହାଘର ଗୋଟିଏ ତାରିଖରେ ହୋଇଥାଏ ହେଲେ ରଣବୀର-ଦୀପିକା ଦୁଇ ଦିନ କଥା ଲେଖିଛନ୍ତି। ଏହାର ଅର୍ଥ କ’ଣ ୧୪ରେ ଦୀପିକା ବାହା ହେବେ ଏବଂ ରଣବୀର ୧୫ରେ ବାହା ହେବେ !

ଏଠାରେ ସୂଚନାଯୋଗ୍ୟ ଯେ ରଣବୀର ସିଂହ ଏବେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ର ସୁଟିଂ କରୁଛନ୍ତି ।

By amfnews

Related Post