Wed. Jun 10th, 2026

କାହିଁକି ‘ଗୋଲମାଲ୍‌’ ସିରିଜ୍‌ରୁ ଆଉଟ୍‌ ହୋଇଥିଲେ ଶରମନ ଯୋଶୀ?

225 Views

ମୁମ୍ବାଇ,ଅକ୍ଟୋବର, ୨୨ : ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟି ଏବେ ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ୍‌ ଷ୍ଟାରର୍‌ ଫିଲ୍ମ‘ସିମ୍ବା’ର ସୁଟିଂ କରୁଛନ୍ତି।ତାଙ୍କର ଅଧିକାଂଶ ସିନେମା ହିଟ୍‌ ହୋଇଛି। ବିଶେଷ କରି ‘ଗୋଲ୍‌ମାଲ୍‌’ସିରିଜ୍‌ର ପ୍ର୍ରତିଟି ସିନେମା ପାଇଁ ଏହା ବିଶେଷ ଭାବେ ପ୍ରଯୁଜ୍ୟ।
‘ଗୋଲ୍‌ମାଲ୍‌-ଫନ୍‌ ଅନ୍‌ଲିମିଟେଡ୍‌’ରେ ଶରମନ୍‌ ଯୋଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଏହାର ସିକ୍ୱଲରେ ଅଜୟ ଦେବଗନ୍‌,ଅରସାଦ ଓ୍ଵାରସୀ ଓ ତୁଷାର କପୁରଙ୍କୁ ନିଆଯାଇଥିଲା। ଏଥିରେ ଶରମନ ଯୋଶୀଙ୍କୁ ଦେଖିବାକୁ ମିଳି ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ ତଲପଡେଙ୍କୁ ନିଆଯାଇଥିଲା। ଏହି ଫିଲ୍ମ ବି ସୁପରହିଟ୍‌ ହୋଇଥିଲା।

ଏହି ଫିଲ୍ମର କାଷ୍ଟିଂ ସମୟରେ ବଲିଉଡରେ ଚର୍ଚ୍ଚା ହେଲା ଯେ ଶରମନ୍‌ ଯୋଶୀ ନିଜର ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏ ଖବର ପାଇବାପରେ ପ୍ରଯୋଜକ ଶରମନଙ୍କ ମ୍ୟାନେଜରଙ୍କ ସହିତ କଥା ହୋଇଥିଲେ। କିନ୍ତୁ ପରେ ସେଥିରୁ ଶରମନଙ୍କୁ ଆଉଟ କରାଗଲା ବୋଲି କୁହାଗଲା।
ଶରମନ୍‌ଙ୍କ ଅନୁଯାୟୀ ଏ ଖବର ପାଇବା ମାତ୍ରେ ସେ ପ୍ରଯୋଜକଙ୍କୁ ଭେଟି ବିନତି କରିଥିଲେ କି ତାଙ୍କୁ ‘ଗୋଲମାଲ୍‌’ ସିରିଜ୍‌ରୁ ଆଉଟ୍‌ ନ କରନ୍ତୁ। କିନ୍ତୁ ସେ ତାଙ୍କ କଥା ଶୁଣି ନଥିଲେ।
ଏଥିରେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ହିରୋ ଅଜୟ ଦେବଗନଙ୍କର ହାତ ଥିଲା ବୋଲି ପ୍ରଶ୍ନ କରାଯିବାରୁ ଶରମନ୍‌ କହିଛନ୍ତି ଯେ,ସେ ଏ ବିଷୟରେ ଠିକ୍‌ ଭାବେ ଜାଣନ୍ତି ନାହିଁ।


ନିକଟରେ ‘କାଶୀ’ଫିଲ୍ମର ପ୍ରମୋସନ୍‌ ବେଳେ ଶରମନ୍‌ ଯୋଶୀ ଏହି କଥାର ଖୁଲାସା କରିଛନ୍ତି।

By amfnews

Related Post