Sun. Oct 18th, 2026

ବାଳିକା ସହ ବନ୍ଧୁତା ଘଟନା ଯୋଗୁଁ ୧୪ ବର୍ଷିୟ ବାଳକକୁ ହତ୍ୟା କଲେ ତିନି ବାଳକ

312 Views

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀରେ ଜଣେ ୧୪ ବର୍ଷିୟ ବାଳକକୁ ଅନ୍ୟ ତିନି ଜଣ ତରୁଣ ଛୁରି ମାରି ହତ୍ୟା କରିଥିବା କଥା ପୁଲିସ ଶନିବାର ଦିନ କହିଛି। ନିହତ ବାଳକ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକ ପ୍ରେମିକା ସହ ବନ୍ଧୁତା କରିଥିଲେ।

ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ସେ ବାଳକ ତାଙ୍କ ଘର ପାଖରେ ଠିଆ ହୋଇଥିବା ବେଳେ ଗୋଟିଏ କଥା ବିଷୟରେ ଆଲୋଚନା କାରିବାକୁ ୪ ଜଣ ବାଳକ ତାଙ୍କୁ ଡାକିଥିଲେ। କିନ୍ତୁ, ଆଲୋଚନା କଳହ ରୂପ ନେବା ପରେ ସେମାନେ ସେ ବାଳକକୁ ବହୁଥର ଛୁରି ମାରିଥିଲେ।

ପୀଡ଼ିତ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଅଭିଯୁକ୍ତ ବାଳକମାନେ ସେଠାରୁ ଚମ୍ପଟ୍‌ ମାରିଥିଲେ। ଆହତ ବାଳକକୁ ତାଙ୍କ ମାଆ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ, କିନ୍ତୁ ସେ ଆଉ ବଞ୍ଚିଲେ ନାହିଁ।

ଏହି ଘଟନାରୁ ରାଗି ଯାଇ ଅଭିଯୁକ୍ତ ନିଜର ତିନି ବନ୍ଧୁଙ୍କ ସହ ମିଶି ଷଡ଼ଯନ୍ତ୍ର କରି ତାକୁ ହତ୍ୟା କରିଥିବା କଥା ପୁଲିସ କହୁଛି। ମାମଲାରେ ସମ୍ପୃକ୍ତ ଆଉ ଜଣକୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି।

By amfnews

Related Post