Thu. Jun 11th, 2026

ଦାନ୍ତ ପାଇଁ କ୍ଷତିକାରକ ମଦ,ଜାଣନ୍ତୁ କି କ୍ଷତି ହୋଇଥାଏ !

298 Views

ମଦ୍ୟପାନ ଶରୀର ପାଇଁ ଅପକାରୀ,ଏକଥା ତ ସମସ୍ତଙ୍କୁ ଜଣା। କେତେକ ଲୋକ ପ୍ରଚୁର ମଦ୍ୟପାନ କରିଥା’ନ୍ତି ,ତ ଆଉ କେତେକ ସୀମିତ ମଦ ପିଇଥାନ୍ତି।କିନ୍ତୁ ଆପଣ କ’ଣ ଜାଣନ୍ତି କି ମଦ ପିଇବା ଫଳରେ ଦାନ୍ତର କ୍ଷତି ଘଟିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ……।
ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରିଥାନ୍ତି,ସେମାନଙ୍କର ଦାନ୍ତ ଉପରେ ଏକ ମଇଳାର ଆସ୍ତରଣ ଜମିଯାଇଥାଏ। ଏହା ଫଳରେ ଦାନ୍ତ ଖରାପ ହୋଇଯାଏ।ଏହା ଫଳରେ ବ୍ୟକ୍ତିକୁ ପିରିଓଡେଣ୍ଟିକାଲ୍‌ ଡିଜିଜ୍‌ ହୋଇଥାଏ। ପ୍ରକୃତରେ ହାର୍ଡ ଆଲକୋହଲକୁ ସୋଢ଼ା ଓ ଜୁସ୍‌ ସହିତ ପରିବେଷଣ କରାଯାଇଥାଏ।ଏଥିରେ ସୁଗାର୍‌ର ମାତ୍ରା ବି ଅଧିକ ଥାଏ। ଏହା ଫଳରେ ଦାନ୍ତ ଖରାପ ହୋଇଥାଏ।

ମଦକୁ କ୍ରୋମୋ ଜେନ୍‌ସରୁ ରଙ୍ଗ ମିଳିଥାଏ ଓ ଏହା ଟୁଥ୍‌ ଆନାମେଲ୍‌ ସହିତ ମିଶିଥାଏ। କିନ୍ତୁ ମଦରେ ଥିବା ଏସିଡ୍‌ କାରଣରୁ ଦାନ୍ତରେ ଦାଗ ପଡ଼ିଥାଏ।ଏହି କାରଣରୁ ଯେ କୌଣସି ପ୍ରକାରର ମଦ ସେବନ କଲେ ଦାନ୍ତ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।ଏଣୁ ମଦ କମ୍‌ ପିଇବା ଉଚିତ ।

By amfnews

Related Post