Sat. Jul 25th, 2026

ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ଚିହ୍ନଟ

349 Views

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ଚିହ୍ନଟ ହୋଇଛି । ହତ୍ୟାକାରୀ ହେଉଛନ୍ତି ମୃତ ପ୍ରୀତମ ରାଉତରାୟଙ୍କର ବଡ଼ ଭାଇ ମାମୁନ ରାଉତରାୟ । ଗଣମାଧ୍ୟମରେ ହତ୍ୟାକାରୀର ମୋବାଇଲ ଭିଡିଓ ପ୍ରସାରଣ ପରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି । ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତଙ୍କ ସୂଚନା ଅନୁଯାୟୀ ଆଜି ଭୋର ୪ଟା ସମୟରେ ହତ୍ୟାକାରୀ ବଡ଼ଭାଇକୁ ଚିହ୍ନଟ କରାଯାଇଛି। ତାକୁ ଧରିବାଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଦୁଇଭାଇ ବେରୋଜଗାର ଥିଲେ। ବଡ଼ଭାଇ ମାମୁନ ରାଉତରାୟ ବିବାହିତ। ମାତ୍ର ସାନପୁଅ ପ୍ରୀତମ ଥିଲେ ଅବିବାହିତ। ସେମାନଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବାପାଙ୍କ ପଇସାରେ ଚଳୁଥିଲେ।ସେମାନେ ବାଲିଅନ୍ତା ଥାନା ଅତଳାର ପଞ୍ଚମୁଖୀ ଆପାର୍ଟମେଣ୍ଟର ଫ୍ଲାଟ ନଂ-୫୦୪ରେ ରହୁଥିଲେ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଜମିଜମା ବିବାଦ ବା ପଇସାପତ୍ର କଥାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି ।ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଦିନ ଦିପହରରେ ପ୍ରୀତମ ରାଉତରାୟକୁ ଗୋଡେଇ ଗୋଡେଇ ହାଣିଥିଲା ମାମୁନ ରାଉତରାୟ । ବିଚ୍ ରାସ୍ତାରେ ହାଣିବା ପରେ , ସୁରେଖା ଆପାର୍ଟମେଂଟ ନିକଟରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଚାଲିଯାଇଥିଲା ।

By amfnews

Related Post