Sat. Jul 25th, 2026

ଫରିଦାବାଦର ଘରୋଇ ସ୍କୁଲରେ ଅଗ୍ନିକାଣ୍ଡ, ସ୍କୁଲ ସଞ୍ଚାଳକଙ୍କ ଦୁଇ ଶିଶୁ ଓ ପତ୍ନୀ ଜୀବନ୍ତ ଦଗ୍ଧ

273 Views

ଫରିଦାବାଦ: ହରିୟାଣାର ଫରିଦାବାଦର ଏକ ଘରୋଇ ସ୍କୁଲରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଡବୁଆ କଲୋନିସ୍ଥିତ ଏକ ଘରୋଇ ସ୍କୁଲରେ ଶନିବାର ସକାଳ ପ୍ରାୟ ୭ଟା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡର ସ୍କୁଲ ଉପରେ ରହୁଥିବା ସ୍କୁଲ ସଞ୍ଚାଳକଙ୍କ ପରିବାର ଶିକାର ହୋଇଛନ୍ତି।  ନିଆଁରେ ପୋଡ଼ି ହୋଇ ସ୍କୁଲ ସଞ୍ଚାଳକଙ୍କ ଦୁଇ ଶିଶୁ ଓ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଅଗ୍ନିକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଶୋକକୂଳ ବାତାବରଣ ଖେଳି ଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଡବୁଆ ଏଏନଡି କନଭେଣ୍ଟ ସ୍କୁଲରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ସ୍କୁଲ ବିଲଡିଂ ଉପରେ ସ୍କୁଲ ସଞ୍ଚାଳକଙ୍କ ପରିବାରର ଦୁଇଜଣ ଶିଶୁ ଓ ଜଣେ ମହିଳା ଅଗ୍ନିକାଣ୍ଡର ଶିକାର ହୋଇଥିଲେ। ସ୍କୁଲ ଭିତରୁ କଳା ଧୂଆଁ ଉଠୁଥିବା ଦେଖି ସ୍କୁଲ ପରିସରରେ ଥିବା ଲୋକମାନେ ଭୟରେ ଏଣେତେଣ ଦୌଡ଼ିବାକୁ ଲାଗିଥିଲେ। ନିଆଁ ଲାଗିବା ଖବର ପାଇବା ପରେ ସ୍ଥାନୀୟଲୋକେ ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

By amfnews

Related Post