Sun. Oct 18th, 2026

ବାର୍‌ହା ଆକ୍ରମଣରେ ବୃଦ୍ଧ ଗୁରୁତର

210 Views

ନୟାଗଡ଼  : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଲେହଁଗାପଲ୍ଲୀ ସାହିର ଜଣେ ବୃଦ୍ଧ ଚାଷ ଜମିକୁ ଯାଇଥିବା ବେଳେ ତାଙ୍କୁ ବାରହା ଆକ୍ରମଣ କରିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ମାଗି ଚରଣ ନାୟକ। ତାଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳରେ ବାର୍‌ହା ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଥିବା ବେଳେ ବନ ବିଭାଗର ନିଷ୍କ୍ରିୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

By amfnews

Related Post