Sun. Oct 18th, 2026

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

276 Views

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ଗାଁରେ ଏକ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅଟିର ମାଆ ବିଷମକଟକ ଥାନାରେ ଏତଲା ଦେଇଛନ୍ତି। ଗାଁର ଦୁଇ ଜଣ ନାବାଳକ ଏହି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ଦିନ ମହିଳା ଜଣଙ୍କ ଘରେ ନଥିବା ବେଳେ ତାଙ୍କରି ସାହିର ଦୁଇ ଜଣ ନାବାଳକ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିଲେ। ଏ ବିଷୟରେ ସେ ଗାଁ ଲୋକଙ୍କୁ ଜଣାଇଥିଲେ। ତେବେ ଗାଁରେ ଏହାର ସମାଧାନ ନ ହେବାରୁ ଗତକାଲି ସେ ବିଷମକଟକ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଛି।

By amfnews

Related Post