Mon. Oct 19th, 2026

ବାରିପଦା: ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

465 Views

ବାରିପଦା     :  ଶନିବାର ବିଳମ୍ବିତ ରାତ୍ରୀରେ ସଦର ଥାନା ଅନ୍ତର୍ଗତ କୁକୁଡ଼ାଝୁଡ଼ି ଗ୍ରାମରେ ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି।ମୃତ ଦମ୍ପତି ହେଉଛନ୍ତି ପୂର୍ଣ୍ଣ ହେମ୍ବ୍ରମ୍‌ ଏବଂ ତାଙ୍କ ପତ୍ନୀ ସିଂହ ହେମ୍ବ୍ରମ୍‌।ଉଭୟ ଗତରାତିରେ ଘର ବାହାରେ ଏକ ଖଟିଆ ପକାଇ ଶୋଇଥିଲେ। ସେତିକିବେଳେ କେହି ସେମାନଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତି ଜଘନ୍ୟ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି।ଡାହାଣୀ ସନ୍ଦେହ କରି ହତ୍ୟା କରାଯାଇଥିବା କଥା ସାଧାରଣ ଲୋକେ ଆଲୋଚନା କରୁଥିଲେ ବି କେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ।ସ୍ଥାନୀୟ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post