Sat. Apr 25th, 2026
266 Views

ଭୁବନେଶ୍ୱର : ଗତ ଅକ୍ଟୋବର ମାସରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡରକୁ ଅଚାନକ ବାତିଲ୍ କରିଦେଇଛନ୍ତି। ଏସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନୂଆ ନିଲାମ ପ୍ରକ୍ରିୟାରେ ଆଉ କିଛି ଅତିରିକ୍ତ ସର୍ତ୍ତାବଳୀ ଯୋଡ଼ିବାକୁ ସରକାର ଇତିମଧ୍ୟରେ ଖଣି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

ଗତ ଅକ୍ଟୋବର ୪ ତାରିଖରୁ ସରକାର ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ।  ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ତିନୋଟି ପର୍ଯ୍ୟାୟରେ ୪୦ଟି ଖଣି ପାଇଁ ନିଲାମ ଡକାଯାଇଥିଲା।  ତେବେ ଏହି ନିଲାମ ପ୍ରକ୍ରିୟାରେ ସାଂଘାତିକ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା। ସରକାର ଏହାକୁ ଗୁରୁତର ସହ ଗ୍ରହଣ କରି  ଗତ ୩୦ତାରିଖରେ ବୈଷୟିକ ମୂଲ୍ୟାୟନ କମିଟି ଓ ଉଚ୍ଚ ସ୍ତରୀୟ କମିଟି ବୈଠକ ଡାକି ଅଭିଯୋଗର ସମୀକ୍ଷା କରିଥିଲେ। ଏଥିରେ ତିନୋଟି ଯାକ ନିଲାମ ପ୍ରକ୍ରିୟାକୁ ବାତିଲ୍ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସୁପାରିସରେ ମୋହର ମାରିବା ପରେ ନିଲାମ ପ୍ରକ୍ରିୟା ବାତିଲ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ନିଲାମ ପ୍ରକ୍ରିୟାରେ ଭାଗ ନେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ଫେରାଇ ଦେବାକୁ ସରକାର ଖଣି ନିର୍ଦ୍ଦେଶକଙ୍କୁ କହିଛନ୍ତି।  ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ଟି ଖଣିର ସାନି ନିଲାମ ପାଇଁ ଆସନ୍ତା ୬ତାରିଖରେ ବିଜ୍ଞପ୍ତି ଜାରି ହେବ।

By amfnews

Related Post