Thu. Jun 11th, 2026

ବାଣ ଗୋଦାମରେ ଚଢ଼ାଉ, ଗୋଟିଏ ଟ୍ରକ୍ ବାଣ ଜବତ, ୩ ଗିରଫ

312 Views

କଟକ: ଆଜି ସକାଳେ କଟକ ଜିଲ୍ଲା ଅନ୍ତର୍ଗତ ଜଗତପୁର ଅଞ୍ଚଳରେ କେତେକ ବାଣ ଗୋଦାମରେ ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣାରେ କମିସନରେଟ ପୁଲିସ ୩ଜଣଙ୍କୁ ଗିରଫ କରାଯାଇଥିବା ସହିତ ପ୍ରାୟ ଗୋଟିଏ ଟ୍ରକ୍ ବାଣ ଜବତ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କଟକର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାର ଅଞ୍ଚଳରେ ପୁଣି ଚଢ଼ଉ କରାଯାଇଛି । ଗୋଟିଏ ଟ୍ରକ୍ ବାଣ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ସେଠାରେ ବେଆଇନଭାବରେ ବାଣ ରଖାଯାଇଥିବା ନେଇ ପୁଲିସକୁ ସୂଚନା ମିଳିବାପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଏହି ଅଞ୍ଚଳରୁ ମଧ୍ୟ ୫୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିଲା । ଏହି ଘଟଣାରେ ୧୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

By amfnews

Related Post