Sun. Jul 26th, 2026

ସାଇକେଲ ମରାମତି କରୁଥିବା ସତ୍ୟପ୍ରକାଶ ଏବେ ହରିଆଣାର ନବନିର୍ବାଚିତ ବିଜେପି ବିଧାୟକ

249 Views

ଚଣ୍ଡିଗଡ଼:ହରିଆଣାର ପଟୌଦୀ ବିଧାନସଭା ଆସନରୁ ବିଜେପି ଟିକେଟରେ ଜିତିଥିବା ସତ୍ୟପ୍ରକାଶ ଜରାଓ୍ୱତା ଏବେ ଖୁବ ଚର୍ଚ୍ଚାରେ। ପଟୌଦୀ ଅଞ୍ଚଳର ଏକ ଗ୍ରାମ ଲୋକରାର ଅଧିବାସୀ ସତ୍ୟପ୍ରକାଶ ଜରାଓ୍ୱତା ପ୍ରଥମେ ନିଜର ପେଟପାଟଣା ପାଇଁ ସାଇକେଲ ମରାମତି ଦୋକାନ ଖୋଲିଥିଲେ । ସାଇକେଲ ଟାୟାର ପଂକଚର ମାରିବା ତାଙ୍କର ପ୍ରଥମ ବେଉସା ଥିଲା।

ପରେ ଅବଶ୍ୟ ସେ ଗୁରୁଗ୍ରାମ ଗ୍ରାମୀଣ ବ୍ୟାଙ୍କରେ ଏକ କିରାଣୀ ପଦରେ ନିଯୁକ୍ତ ହୋଇଥିଲେ। ସମୟକ୍ରମେ ଗ୍ରାମୀଣ ବ୍ୟାଙ୍କରେ ବରିଷ୍ଠ ଅଧିକାରୀଭାବେ ପଦୋନ୍ନତି କରିଥିଲେ। ପୂର୍ବ ଆଇଏଏସ ଅଧିକାରୀ ତଥା ଦଳିତ ନେତା ଉଦିତ ରାଜଙ୍କ ସଂଶ୍ପର୍ଶରେ ଆସିବାପରେ ତାଙ୍କ ଜୀବନ ନୂଆ ମୋଡ଼ ନେଇଥିଲା।ଏହାପରେ ସତ୍ୟପ୍ରକାଶ ପରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଉନ୍ନତି ନିମନ୍ତେ କାମ ଆରମ୍ଭ କରିଥିଲେ।

ଏହାପରେ କଂଗ୍ରେସର ବରିଷ୍ଠ ନେତା ରାଓ ଇନ୍ଦ୍ରଜିତ ସିଂହଙ୍କ ସମ୍ପର୍କରେ ଆସି ବିଧାନସଭା ନିର୍ବାଚନ ଲଢ଼ିବାର ସ୍ବପ୍ନ ଦେଖିଥିଲେ ସେ। ଏଥିଲାଗି ସତ୍ୟପ୍ରକାଶ ସରକାରୀ ଚାକିରୀରୁ ଇସ୍ତଫା ଦେଇ ୨୦୦୯ ମସିହାରେ ପ୍ରଥମ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ବରଣ କରିଥିଲେ। ଏହାପରେ ସତ୍ୟପ୍ରକାଶ ଜରାଓ୍ୱତା ବିଜେପିରେ ସାମିଲ ହୋଇଥିଲେ। ଚଳିତ ନିର୍ବାଚନରେ ସେ ପ୍ରଥମ ଥରଲାଗି ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି।

By amfnews

Related Post