Fri. Apr 24th, 2026

ଫ୍ରାନ୍ସରେ ଭାରତକୁ ଆଉ ପାଞ୍ଚଟି ରାଫାଲ୍ ବିମାନ ହସ୍ତାନ୍ତର କଲା ଡାସଲ୍ଟ କମ୍ପାନୀ, ଖୁବ ଶୀଘ୍ର ପହଁଞ୍ଚିବ ଭାରତରେ

270 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ : ରାଫଲେ ଯୁଦ୍ଧ ବିମାନର ଦ୍ୱିତୀୟ ବ୍ୟାଚ୍ କୁ ଭାରତକୁ ହସ୍ତାନ୍ତର କରିଛି ଫ୍ରାନ୍ସ । ଏହି ବିମାନ ଗୁଡିକ ବର୍ତ୍ତମାନ ଫ୍ରାନ୍ସରେ ରଖାଯାଇଛି ଏବଂ ଅକ୍ଟୋବରରେ ଏହା ଭାରତରେ ପହଞ୍ଚିବ ବୋଲି ଜଣା ପଡିଛି । ଏହି ବିମାନ ପଶ୍ଚିମବଙ୍ଗର କଲେଇକୁଣ୍ଡା ବାୟୁସେନା ଷ୍ଟେସନରେ ନିୟୋଜିତ ହେବ ଯାହା ଚୀନ୍ ସହିତ ପୂର୍ବ ସୀମା ଅଞ୍ଚଳର ସୁରକ୍ଷା କରିବ।

ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍ କହିଛନ୍ତି ଯେ ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ବିମାନଗୁଡ଼ିକ ବର୍ତ୍ତମାନ ଫ୍ରାନ୍ସରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଅଛି | ଭାରତୀୟ ବାୟୁସେନା ବିମାନ ଗୁଡିକୁ କେବେ ଭାରତକୁ ଆଣିବ ତାହା ବର୍ତ୍ତମାନ ଭାରତୀୟ ବାୟୁ ସେନା ସ୍ଥିର କରିବ । ସେ କହିଛନ୍ତି ଯେ ଭାରତୀୟ ବାୟୁସେନାର ପାଇଲଟମାନେ ଅତି ଉତ୍କୃଷ୍ଟ ଅଟନ୍ତି । ସେମାନେ ଏହାକୁ ଖୁବ୍ ଯତ୍ନ ସହକାରେ ଫ୍ରାନ୍ସରୁ ଭାରତକୁ ଆଣିବେ ।

ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ହେତୁ ଭାରତ ପାଇଁ ରାଫେଲର ଦ୍ୱିତୀୟ ବ୍ୟାଚ୍ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ବିମାନ କମ୍ ତାପମାତ୍ରାରେ ମଧ୍ୟ ସହଜରେ ଉଡ଼ିବାରେ ସକ୍ଷମ ଅଟେ । ଭାରତରେ ପ୍ରଥମ ବ୍ୟାଚରେ ପହଞ୍ଚିଥିବା 5 ଟି ରାଫାଲ୍ ବିମାନର 250 ଘଣ୍ଟାରୁ ଅଧିକ ଉଡ଼ାଣ ଏବଂ ଫିଲ୍ଡ ଫାୟାରିଂ ପରୀକ୍ଷଣ ଶେଷ ହୋଇ ସାରିଲାଣି । ଏହି ବିମାନଗୁଡିକ ଅମ୍ବାଲାର 17 ଗୋଲ୍ଡେନ ଆରୋ ସ୍କ୍ୱାର୍ଡନରେ ଅନ୍ତର୍ଭୁକ୍ତ ଅଛି |

By amfnews

Related Post