Wed. Jul 22nd, 2026

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା

185 Views

ବାଲୁଗାଁ : ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଆଜି ରାତିରେ ଯୁକ୍ତ ୨ ପଢ଼ୁଥିବା ଜଣେ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିଛି। ଏହି ଘଟଣା ସମଗ୍ର ବାଲୁଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ବାଲୁଗାଁ ଥାନା ସୂତ୍ରରୁ ପ୍ରକାଶ ଯେ, ବାଲୁଗାଁ ଥାନା ଗଙ୍ଗାନଗରର ରାମଚନ୍ଦ୍ର ବେହେରାଙ୍କ ଏକମାତ୍ର ଝିଅ ଶିବାନୀ (୧୭) ଆଜି ତାଙ୍କ ବାରିପଟେ ଘରେ ପାଠ ପଢ଼ୁଥିବା ବେଳେ ତାଙ୍କ ଭାଉଜ ଓ ମା’ ଦାଣ୍ଡଘରେ ଟିଭି ଦେଖୁଥିଲେ। ତେବେ ରାତି ପ୍ରାୟ ୮ଟା ସମୟର ଜଣେ ଯୁବକ ଶିବନୀ ପଢ଼ୁଥିବା ଘରେ ପଶିଥିଲା ଏବଂ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲା। ଝିଅର ଚିତ୍କାର ଶୁଣି ପରିବା‌ର ଲୋକେ ଘର ଭିତରକୁ ଦୌଡ଼ି ଯାଇ ଦେଖିଲା ବେଳକୁ ଶିବାନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ତଳେ ଗଡ଼ୁଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଲୋକେ ଶିବାନୀଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ବାଲୁଗାଁ କଲେଜ ଯୁକ୍ତ ୨ କଳାର ଛାତ୍ରୀ ଶିବାନୀଙ୍କୁ ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ମାତ୍ର ଶିବାନୀ ଓ ତାଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ କେନ୍ଦ୍ର କରି ସେହି ଯୁବକ ଜଣଙ୍କ ଶିବାନୀଙ୍କୁ ହତ୍ୟା କରିଛି ବୋଲି ବାଲୁଗାଁ ପୁଲିସ କହିଛି।

By amfnews

Related Post