Wed. Jul 22nd, 2026

ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଫେରାର

179 Views

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ପ୍ରାଣହାନି ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଗତକାଲି ବିଲମ୍ବିତ ରାତିରେ ବଡ଼ଭାଇ ଶରତ ମାଝି ନିଜ ସାନଭାଇ ଦେବରାମଙ୍କୁ ଡାକିଥିଲେ । କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଟାକଟି ହୋଇଥିଲା ।

ସେହି ସମୟରେ ବଡ଼ଭାଇ ଶରତ ସାନଭାଇ ଦେବରାମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସାନଭାଇ ଦେବରାମଙ୍କୁ ଏକାଧିକବାର ଟାଙ୍ଗିଆରେ ଚୋଟ ପକାଇବା ଫଳରେ ଘଟଣାସ୍ଥଳରେ ହିଁ ଦେବରାମଙ୍କର ମୃତ୍ୟୁ ହୋଇଥିଲା । ଏହା ଜାଣିପାରି ଶରତ ଫେରାର ହୋଇଯାଇଥିଲେ। ଏହାପରେ ପରିବାର ଲୋକେ ଦେବରାମଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Image result for kantabanji police station

ପରେ ଘଟଣା ସଂପର୍କରେ ଖବର ପାଇ କଣ୍ଟାବାଞ୍ଜି ଥାନା ପୁଲିସ ବେହେରେନସିଲେଟ ଗାଁରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତେବେ କେଉଁ କଥାକୁ ନେଇ ଏହି ହତ୍ୟାକାଣ୍ଡ ହେଲା ବର୍ତ୍ତମାନ ସୁଦ୍ଧା ତାହା ଜଣାପଡ଼ିନାହିଁ ।

By amfnews

Related Post