Sun. Aug 16th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଝୁଲା ପ୍ରଦାନ କରିବ ଯୁବ କଂଗ୍ରେସ

265 Views

ଲକ୍ଷ୍ନୌ, ଜାନୁଆରୀ ୨୮ : ଯୁବ କଂଗ୍ରେସ ପକ୍ଷରୁ ଗତ ବର୍ଷ ଡିସେମ୍ବର ୧୬ ତାରିଖରୁ କନ୍ୟା କୁମାରୀରୁ ଯୁବକ୍ରାନ୍ତି ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହା ଚଳିତ ମାସ ୩୦ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇନ୍ଦିରା ରାଲିରେ ଶେଷ ହେବ। ଏହି ରାଲିରେ ଯୁବ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଝୁଲା ପ୍ରଦାନ କରିବ। ଏହା ପଛରେ କଂଗ୍ରେସର ଯୁକ୍ତି ହେଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସେ ଜଣେ ଫକୀର,ସେ ଝୁଲା ଧରି ଚାଲିଯିବେ। ଦେଶର ଆର୍ଥିକ ନୀତି ବିରୁଦ୍ଧରେ ଏଭଳି ରାଲିର ଆୟୋଜନ କରାଯାଇଛି।

ଗତକାଲି ଯୁବକ୍ରାନ୍ତି ଯାତ୍ରା ଲକ୍ଷ୍ନୌରେ ପହଞ୍ଚିଥିଲା। ଲକ୍ଷ୍ନୌରେ ଏହାର ସ୍ୱାଗତ କରିଥିଲେ ଯୁବ କଂଗ୍ରେସ ଅଧ୍ୟକ୍ଷ କେଶବ ଚନ୍ଦ ଯାଦବ ଓ ଉପାଧ୍ୟକ୍ଷ ବି ବି ଶ୍ରୀନିବାସ। ସରକାର ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ଦୁଇ କୋଟି ରୋଜଗାର ହେଉ କି ପ୍ରତ୍ୟେକଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଦେବା କଥା ହେଉ,ସବୁଥିରେ ବିଫଳ ହୋଇଛନ୍ତି ମୋଦୀ ସରକାର ବୋଲି ଉଭୟ ନେତା କହିଥିଲେ।

By amfnews

Related Post