Sat. Jul 25th, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ : ଭାରତ ସାମ୍ନାରେ ୨୪୪ ରନର ଟାର୍ଗେଟ ରଖିଲା ନ୍ୟୁଜିଲ୍ୟାଣ୍ଡ

342 Views

ମାଉଣ୍ଟ ମାଙ୍ଗାନୁଇ(ନ୍ୟୁଜିଲ୍ୟାଣ୍ଡ), ଜାନୁଆରୀ ୨୮ : ମାଉଣ୍ଟ ମାଙ୍ଗାନୁଇ ବେ ଓଭାଲରେ ଚାଲିଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଛି। ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ବ୍ୟାଟସମ୍ୟାନଙ୍କ ଲାଗି ଏହି ଲକ୍ଷ୍ୟ ହାସଲ ବିଶେଷ ଅସୁବିଧା କରିବ ନାହିଁ। ଭାରତ ଲାଗି ମ୍ୟାଚ ଜିଣି ସିରିଜ ହାତେଇବାର ଭରପୂର ସୁଯୋଗ ରହିଛି।

ସିରିଜରେ ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଥିଲା। ମାତ୍ର ଭାରତୀୟ ବୋଲର୍ ନ୍ୟୁଜିଲ୍ୟାଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ । ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ମହମ୍ମଦ ସାମୀ ୩ଟି ଉଇକେଟ୍ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ରସ ଟେଲର (୯୩) ଓ ଟମ୍ ଲଥାମ (୫୧)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟସମ୍ୟାନ୍ କ୍ରିଜରେ ତିଷ୍ଠି ରହି ପାରି ନ ଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା।

View image on TwitterView image on TwitterView image on TwitterView image on Twitterଅନ୍ୟପକ୍ଷରେ ଏକ ଟିଭି ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ଦଳରେ ସାମିଲ ହୋଇ ଭଲ ପ୍ରଦର୍ଶନ (୨/୪୫) କରିଛନ୍ତି। ସେହିପରି ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ୱିକେଟ୍‌ ରକ୍ଷଣ କରୁଛନ୍ତି ଦିନେଶ କାର୍ତ୍ତିକ ।

By amfnews

Related Post