Sun. Aug 23rd, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

303 Views

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି। ସୋସ ଥାନା ମଧୂବନ ଗାଁରେ ପୋଖରୀରେ ବୁଡ଼ି ଦୁଇଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଅନିତା ମହାକୁଡ଼ ଓ ଅନିଶା ନାୟକ।

ସୂଚନା ଅନୁଯାୟୀ, ଆଜି ସକାଳେ ଅନିତା ଓ ଅନିଶା ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା ଓ ଉଭୟେ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ଡାକ୍ତରଖାନାରେ ନିଆଯାଇଥିଲା। ତେବେ ଦୁର୍ଭାଗ୍ୟ ବଶତଃ ରାସ୍ତାରେ ଅଟୋଟି ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ଉଭୟ ନାବାଳିକାଙ୍କ ମାଆ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଦୁଇ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

By amfnews

Related Post