Mon. Oct 5th, 2026

୧୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ

223 Views

ଭୁବନେଶ୍ୱର : ଓଡ଼ିଶା ଉପରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହୋଇଛି। ତା’ରି ପ୍ରଭାବରେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୧୮ ତାରିଖ ପରଠୁ ବର୍ଷାର ପରିମାଣ ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଲକ୍ଷ୍ମୀଧର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆଜି ଅପରାହ୍ଣରେ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ଚଳିତବର୍ଷ ଏଯାବତ୍ ରାଜ୍ୟରେ ବର୍ଷାର ପରିମାଣ କମ୍‌ ରହିଛି। ରାଜ୍ୟରେ ୧୭ ପ୍ରତିଶତ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ସେଠାରେ ୫୮ପ୍ରତିଶତ କମ୍‌ ବର୍ଷା ହୋଇଛି। ସେ କହିଛନ୍ତି, ବାଲେଶ୍ୱରରେ ୪୫ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ରାୟଗଡା, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଛି।

By amfnews

Related Post