Fri. Sep 4th, 2026

ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

209 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨  ବର୍ଷ ହୋଇଥିଲା।  ଗତ ରାତି ପ୍ରାୟ ୧୦ଟା ୩୦ ସମୟରେ ନିଜ ବାସଭବନ ସାହାରପଡା ବ୍ଲକ ହଲଦିବଟା ଗ୍ରାମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସେ ସ୍ନାୟୁ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ । ଭାରତୀୟ ବାୟୁସେନାରୁ ଅବସର ନେବା ପରେ ସ୍ୱର୍ଗତ ଗୌରହରି ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ଏହାପରେ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଟିକେଟରୁ ୨ ଥର ନିର୍ବାଚନ ଲଢ଼ି ଜିତିଥିଲେ  ।

By amfnews

Related Post