Fri. Jul 3rd, 2026

ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ବିୟୋଗରେ ରାଉରକେଲା ମଧୁବୈଶ୍ୟ (ଗୁଡିଆ) ସମାଜର ଶୋକ

249 Views

ରାଉରକେଲା, ୨୫ା୧୧  : ରାଉରକେଲା ମଧୁବୈଶ୍ୟ (ଗୁଡିଆ) ସମାଜର ପ୍ରତିଷ୍ଠାତା ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ (୭୮)ଙ୍କ ବିୟୋଗରେ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ସାହୁ କୋଏଲନଗର ଏ-୬୫ରେ ପରିବାର ସହ ରହୁଥିଲେ । ତାଙ୍କ ଉଦ୍ଦେଶ୍ୟରେ ଛେଣ୍ଡ ସ୍ଥିତ ମଧୁବୈଶ୍ୟ (ଗୁଡିଆ) ମୁଖ୍ୟାଳୟ ଠାରେ ସମାଜ ସଭାପତି ସୁରେନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ରାଉରକେଲା ମଧୁବୈଶ୍ୟ (ଗୁଡିଆ) ସମାଜର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଥିଲେ ।

ଭୀମସେନ ସାହୁ, ଧରଣୀଧର ସାହୁ, କୈଳାସ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ, ବିଶ୍ୱଜିତ ପୃଷ୍ଟି, ଶୁକଦେବ ସାହୁ, କାଙ୍ଗାଳି ଚରଣ ସାହୁ, ଜଗବନ୍ଧୁ ସାହୁ, ହେମନ୍ତ କୁମାର ସାହୁ, ପ୍ରକାଶ କୁମାର ସାହୁ, ପ୍ରଦୀପ କୁମାର ସାହୁ, ବାବାଜୀ ଚରଣ ସାହୁ, ରଞ୍ଜିତ କୁମାର ସାହୁ, ରଞ୍ଜନ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ମନୋରଞ୍ଜନ ସାହୁ, ଈଶ୍ୱର ସାହୁ, ଗୁରୁନାଥ ସାହୁ, ନାରାୟଣ ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ପୃଷ୍ଟି, ଉଦୟନାଥ ସାହୁ, ଜୟନ୍ତୀ କୁମାର ସାହୁ, ସୁଦର୍ଶନ ପୃଷ୍ଟି, କାଳନ୍ଦୀ ଚରଣ ସାହୁ, ପଦ୍ମଲୋଚନ ସାହୁ, ଅର୍ଜୁନ ଚରଣ ସାହୁ, ବିଜୟ କୁମାର ସାହୁ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

ସ୍ୱର୍ଗତ ସାହୁ ଜଣେ ଧର୍ମପରାୟଣ, ଅମାୟିକ, ପରୋପକାରୀ ତଥା ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ ବୋଲି ଶୋକସଭାରେ ମତପ୍ରକାଶ ପାଇଥିଲା । ଗୁଡିଆ ସମାଜର ସାମଗ୍ରୀକ ଉନ୍ନତି ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଥିଲେ । ତାଙ୍କ ଅବର୍ତ୍ତମାନରେ ପରମପିତା ସ୍ୱର୍ଗତ ଆତ୍ମାଙ୍କୁ ସଦ୍ଗତି ପ୍ରଦାନ ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ଯୋଗାଇ ଦେବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

By amfnews

Related Post