Mon. Sep 21st, 2026
229 Views

କେନ୍ଦ୍ରାପଡ଼ା  :   କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ପୁଲିସ୍ ଏନକାଉଣ୍ଟରରେ ଡକାୟତ ହୃଷିକେଶ ମଲ୍ଲିକ ଗୁରୁତର ହୋଇଛି। ତାର ଦୁଇଟି ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଳି ଜୁଆଣିଆ ଗାଁର ନବଘନ ପରିଡା ନାମକ ବ୍ୟକ୍ତିଙ୍କ ଘରର କବାଟ କାଟି ଗତକାଲି ବିଳମ୍ବିତ ରାତିରେ ୫ରୁ ଊର୍ଦ୍ଧ୍ୱ ଡକାୟତ ପଶିଥିଲେ। ହଠାତ୍ ଘରଲୋକେ ଉଠି ପଡ଼ିବାରୁ ଡକାୟତମାନେ ଶାଶୁ,ଶ୍ୱଶୁର ଓ ବୋହୂକୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ।

ପୁଲିସ୍‌ ଖବର ପାଇ ଡକାୟତିମାନଙ୍କ ପିଛା କରିଥିଲା। କେନ୍ଦ୍ରାପଡ଼ା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ପୁଲିସ୍‌ ସହ ଡକାୟତ ଦଳ ମୁହାଁମୁହିଁ ହୋଇଥିଲେ। ହୃଷିକେଶ ପୁଲିସ୍‌ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ପରେ ପୁଲିସ ଗୁଳି ହୃଷିକେଶ ଗୋଡ଼ରେ ବାଜିଥିଲା । ଘଟଣାସ୍ଥଳରୁ ୪ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପୁଲିସ୍‌ ଗୋଟିଏ କାର୍‌, ୩ଟି ଭୁଜାଲି ଓ ନକଲି ପିସ୍ତଲ ଜବତ କରି ଘଟଣାର ତଦନ୍ତ କରୁଛି।

By amfnews

Related Post