Mon. Oct 12th, 2026

ଦୁଇ ନକଲି ଭିଜିଲାନ୍ସ ଡିଏସ୍‌ପି ଗିରଫ

234 Views

ଭବାନୀପାଟଣା  :  ଦୁଇ  ନକଲି ଭିଜିଲାନ୍ସ ଅଫିସର ଗିରଫ। କଳାହାଣ୍ଡି ଜିଲ୍ଲା  ମଦନପୁର ଥାନା ଅନ୍ତର୍ଗତ  କର୍ଲାମୁଣ୍ଡା ନୋଡାଲ ସ୍କୁଲରେ ପଶି  ନିଜକୁ ଭିଜିଲାନ୍ସ  ଡିଏସ୍‌ପି  କହି କାଗଜପତ୍ର ମାଗୁଥିବା ବେଳେ ସେମାନଙ୍କ  ହାବଭାବରୁ ସନ୍ଦେହ ପ୍ରକାଶ ପାଇଥିଲା। ଏନେଇ ଶିକ୍ଷକମାନେ ଗାଁଲୋକଙ୍କୁ ଜଣାଇଥିଲେ। ଏହାପରେ ସେମାନଙ୍କୁ  କାବୁ କରି ଗାଁଲୋକେ ପୁଲିସ୍ ଜିମାରେ ଦେଇଥିଲେ। ଉଭୟଙ୍କୁ ପୁଲିସ୍ ଗିରଫ କରି ତଦନ୍ତ ଜାରି ରଖିଛି।

ସେମାନେ ଦୁଇ ଜଣ ଠକ ବୋଲି ପୁଲିସ୍ ତଦନ୍ତ ପରେ ଜଣାପଡ଼ିଛି। ଜଣେ ସ୍ଥାନୀୟ ଅଞ୍ଚଳର ସୁଧାକର ତ୍ରିପାଠୀ। ଅନ୍ୟ ଜଣେ ସମ୍ୱଲପୁର ଅଞ୍ଚଳର ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post