Wed. Oct 14th, 2026

ପୁଣି ସକ୍ରିୟ ହେଲା ଲାଲବାହିନୀ, ଛାତ୍ରଙ୍କୁ ଅପହରଣ ନେଇ ଆସିଲା ଅଭିଯୋଗ

331 Views

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି  ଦେଖିବାକୁ ମିଳିଛି ମାଓବାଦୀଙ୍କ କାପୁରୁଷତା ନଗ୍ନ ଚିତ୍ର।
ସୂଚନା ମୁତାବକ ସୁକମା ଜିଲ୍ଲାର କୋଟାଚେରୁ ଓ ଗର୍ଖା ମଧ୍ୟ ଦେଇ ପିଡିଏସ ଚାଉଳ ନେଇ ଯାଉଥିବା ଏକ ଗାଡିକୁ ଜଳାଇବାକୁ ଚେଷ୍ଟା କରିଛନ୍ତି ବର୍ଦ୍ଦିଧାରୀ ସଶସ୍ତ୍ର ମାଓବାଦୀ।
ତେବେ ସୂଚନା ଅନୁଯାୟୀ, ମାଓବାଦୀମାନେ ଏହି ଗାଡି ଜଳାଇବାକୁ ଚେଷ୍ଟା କରୁଥିବା ବେଳେ ମଟରସାଇକେଲରେ ଆସୁଥିବା ଜଣେ ଗ୍ରାମବାସୀଙ୍କୁ ଦେଖି ସେଠାରେ ଉପସ୍ଥିତ ମାଓବାଦୀ ମାନେ ପୁଲିସ ସନ୍ଦେହରେ ଗୁଳିଚାଳନା କରିଥିଲେ। ଏହାପରେ ସେଠାରୁ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।
ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅନ୍ତର୍ଗତ ମୁରାଲିଗୁଡା ଗ୍ରାମର ମୁକେଶ ନାମକ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରକୁ ମାଓବାଦୀମାନେ ଅପହରଣ କରି ନିଜ ସାଥୀରେ ନେଇଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତୀୟ ଖବର ପାଇ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି।

By amfnews

Related Post