Sat. Oct 17th, 2026

ପୁଅର ଏକୋଇଶିଆ ଲାଗି ଯାଉଥିବା ବେଳେ ଟ୍ରେନ୍‌ରେ କଟିଗଲେ ଯୁବକ

206 Views

କଟକ: ପୁଅର ଏକୋଇଶିଆରେ ଯୋଗ ଦେବା ନିମନ୍ତେ ଖୁସି ମନରେ ଘର ମୁହାଁ ହୋଇଥିବା ଜଣେ ଯୁବକଙ୍କ ସହ ଘଟିଗଲା ଅଘଟଣ। ମୁନା ବାରିକ ନାମକ ଯୁବକ ଗତକାଲି କଟକରୁ ବ୍ରହ୍ମପୁର ଯିବା ନିମନ୍ତେ ଟ୍ରେନ୍‌ ଚଢ଼ୁଥିବା ବେଳେ ଭିଡ଼ ଥିବା କାରଣରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଟ୍ରେନ ଚକା ତଳେ ପଡ଼ି ତାଙ୍କ ଶରୀର ୨ ଖଣ୍ଡ ହୋଇଯାଇଛି।

ମୁନାଙ୍କ ଶରୀର ଅଣ୍ଟା ତଳକୁ କଟି ଯାଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ମୁନା ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡିଶାରେ ଚାକିରି କରିଥିବା ବେଳେ ସେ ଜଣେ ରାଜ୍ୟସ୍ତରୀୟ ଶିପକ୍ ଟାକୋରେ ଖେଳାଳି ବୋଲି ଜଣାଯାଇଛି।

By amfnews

Related Post