Fri. Aug 21st, 2026

ପାକ୍ ଧମକ ପରେ ଜମ୍ମୁ-କଶ୍ମୀର ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା

190 Views

ନୂଆଦିଲ୍ଲୀ  : ପ୍ରାୟ ୫୦ ହଜାର ସୁରକ୍ଷାକର୍ମୀ ଜମ୍ମୁ-କଶ୍ମୀରରେ ମୁତୟନ ହେବା ପରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପତ୍ୟକାରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଏହାକୁ ନେଇ ଜମ୍ମୁ-କଶ୍ମୀରରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପାକସ୍ତାନ ମଧ୍ୟ ଭାରତର ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ପରୋକ୍ଷରେ ଧମକ ଦେଇଛି।

ପାକିସ୍ତାନ କହିଛି, “ଏବେ ଆମେ ସବୁ ପ୍ରକାରର ବିକଳ୍ପ ଆପଣାଇବାକୁ ପ୍ରସ୍ତୁତ। ଭାରତର ଏହି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ।” ପାକିସ୍ତାନ ପକ୍ଷରୁ ଏଭଳି ଚେତାବନୀ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁ-କଶ୍ମୀର ଗସ୍ତ କରିବେ ବୋଲି ଜଣାପଡ଼ିଛି। ସେ ସେଠାରେ ସମସ୍ତ ସୁରକ୍ଷା ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ। ଆଗକୁ ସୁରକ୍ଷା ବ୍ୟବସ୍ଥା ପାଇଁ ପାକିସ୍ତାନକୁ କି ଭଳି ଜବାବ ଦିଆଯିବ, ସେ ସମ୍ପର୍କରେ ମଧ୍ୟ ଶ୍ରୀ ଡୋଭାଲ ନିଷ୍ପତ୍ତି ନେବେ। ଏହି ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଶ୍ରୀ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ମଧ୍ୟ ହୋଇଛନ୍ତି।

By amfnews

Related Post