Fri. Sep 11th, 2026

ଆଖୁ କିଆରି ଭିତରେ ଜିଅନ୍ତା ଜଳିଗଲେ ବୃଦ୍ଧ

201 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗିଲାଜୋଡ଼ି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆଖୁ କିଆରିରେ ନିଆଁ ଲାଗିଯିବାରୁ ତା’ ମଧ୍ୟରେ ଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ କାଳିଚରଣ ଜେନା(୮୦)। ତାଙ୍କ ଘର ଗିଲାଜୋଡ଼ି ଗାଁରେ।

କାଳିଚରଣଙ୍କର ଏକ ଆଖୁ କିଆରି ରହିଛି।  ଆଖୁ କଟା ସରିଯାଇଥିବାରୁ ଆଉ ଥରେ ଚାଷ କରିବା ପାଇଁ ଆଜି ସେ କିଆରିରେ ନିଆଁ ଲଗାଇ ଦେଇଥିଲେ। ହେଲେ ପବନ ଜୋର ହେବାରୁ ପୂରା କିଆରିରେ ନିଆଁ  ବ୍ୟାପି ଯାଇଥିଲା।  କାଳିଚରଣ ଆଖୁ କିଆରି ଭିତରେ ପଶିଯାଇଥିବାରୁ ନିଆଁର ପ୍ରକୋପରେ ଆଉ ବାହାରକୁ ବାହାରି ପାରି ନଥିଲେ। କିଆରି ଭିତରେ ହିଁ ସେ ଜିଅନ୍ତା ଜଳି ଯାଇଥିଲେ।

କିଆରୁରେ ନିଆଁ ଲାଗି ଥିବା ଦେଖି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ କାଳିଚରଣଙ୍କ ମୃତ୍ୟୁ ଘଟି ସାରିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ  ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post