Sun. Apr 26th, 2026

ପାଇଲଟଙ୍କ ଭୁଲ ଯୋଗୁଁ ଭଙ୍ଗା ବିମାନରେ ୪ ଘଣ୍ଟା ଉଡ଼ିଲେ ୧୩୬ ଯାତ୍ରୀ; ସୌଭାଗ୍ୟବଶତଃ ଆସନ୍ନ ଦୁର୍ଘଟଣାରୁ ବର୍ତ୍ତିଗଲେ

399 Views

ବେଳେ ବେଳେ ମୃତ୍ୟୁ ଆସିବା ଯେମିତି ଜଣାପଡ଼େନି, ସେମିତି ବେଳେ ବେଳେ ଜୀବନ ବି ଚମତ୍କାର  ଢ଼ଙ୍ଗରେ ବଞ୍ଚିଯାଏ। ଚାରି ଘଣ୍ଟା କାଳ ମୃତ୍ୟୁର ରାସ୍ତାରେ ଯାଇ ବି ମୃତ୍ୟୁକୁ ହରାଇଥିବା ୧୩୬ ଏୟାର୍‌ ଇଣ୍ଡିଆ ବିମାନ ଯାତ୍ରୀଙ୍କ କାହାଣୀ ଅତ୍ୟନ୍ତ ରୋମାଞ୍ଚକର।

ଘଟଣାଟି ଏମିତି। ଗତକାଲି ରାତି ୧.୩୦ ସମୟରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ବିମାନଟି ୧୩୬ ଜଣ ଯାତ୍ରୀଙ୍କୁ ଧରି ତାମିଲନାଡୁର ତ୍ରିଚିଠାରୁ ଦୁବାଇ ଅଭିମୁଖେ ବାହାରି ଥିଲା। ଦୁର୍ଘଟଣାବଶତଃ ବିମାନ୍‌ ଟେକ୍‌-ଅଫ୍‌ କରିବା ସମୟରେ ରନ୍‌େଓ୍ଵ ନିକଟରେ ଥିବା ପାଚେରିରେ ମାଡ଼ ହୋଇଥିଲା। କାନ୍ଥରେ ବାଜି ବିମାନର କିଛି ଅଂଶ ଖସିକରି ଗଳି ପଡ଼ିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ପାଇଲଟ ଏହା ଜାଣି ପାରି ନ ଥିଲେ। ଫଳରେ ବିମାନଟି ଉଡ଼ିବା ଆରମ୍ଭ କରିଥିଲା। ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରିବା ପରେ ମଧ୍ୟ ଚାଳକଙ୍କୁ ଦୁର୍ଘଟଣା ସଂପର୍କରେ କୌଣସି ଖବର ନଥିଲା।

ଯେତେବେଳେ ଏଟିସି କର୍ମଚାରୀ ଏ ସଂପର୍କରେ ଜାଣିବାକୁ ପାଇଲେ ସେମାନେ ଆଲାରାମ୍‌ ଜାରି କଲେ। ଏ ସଂପର୍କରେ ପାଇଲଟ୍‌ଙ୍କୁ ସୂଚୀତ କରାଗଲା। ସୌଭାଗ୍ୟକୁ ପାଇଲଟ୍‌ ଜଣକ ଅଭିଜ୍ଞ ଥିବା ସହ ସାହସୀ ବି ଥିଲେ। ଏପରି ପରିସ୍ଥିତିରେ ସେ ଆଦୌ ବି ଭୟଭୀତ ନ ହୋଇ ମୁମ୍ବାଇ ବିମାନବନ୍ଦର ଆଡ଼େ ବିମାନ ଉଡ଼ାଇଥିଲେ ଓ ଶେଷରେ ଜରୁରୀକାଳୀନ ଅବତରଣ କରିଥିଲେ।

ଏୟାର୍‌ ଇଣ୍ଡିଆ ବିମାନ ଆଇଏକ୍ସ୬୧୧ରେ ସମୁଦାୟ ୧୩୦ ଜଣ ଯାତ୍ରୀ ଓ ୬ ଜଣ କ୍ରିୟୁ ମେମ୍ବର ଯାତ୍ରା କରୁଥିଲେ। ଚାଳକ ବିମାନଙ୍କୁ ନେଇ ସୁରକ୍ଷିତ ଭାବେ ସକାଳ ୫.୩୦ ସମୟରେ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସ୍‌ନାଲ୍‌ ଏୟାରପୋର୍ଟରେ ଲ୍ୟାଣ୍ଡ୍‌ କରାଇଥିବା ସୂଚନା ରହିଛି।

ଏକଥା ସ୍ପଷ୍ଟ କି ଏହି ୧୩୬ ଜଣ ଏକ ନିଶ୍ଚିତ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିଲେ।

By amfnews

Related Post