Wed. Jun 10th, 2026

ମଦ ନିଶାରେ ବାପା ଘଟାଇଲା ଏମିତି କାଣ୍ଡ, ଝିଅ ଦେଖାଇ ପରିଲାନି କାହାକୁ ମୁହଁ

362 Views

ହରିଦ୍ଵାର: ଦୁନିଆରେ ବାପା’ ଝିଅର ସମ୍ପର୍କ ସବୁଠାରୁ ଅମୂଲ୍ୟ ହୋଇଥାଏ । ମଦ ନିଶା ଯେ ସବୁ ସମ୍ପର୍କକୁ ଭୁଲାଇ ଦେଇଥାଏ ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ମଦ ନିଶାରେ ଜଣେ ବାପା ନିଜ ୧୦ବର୍ଷର ଝିଅ ସହିତ ଦୁଷ୍କର୍ମ କରିବାକୁ ପଛାଇ ନାହିଁ ।

ସୂଚନାଯୋଗ୍ୟ, ଏଭଳି ଘଟଣା ଅମାନବୀୟ ଘଟଣା ହରିଦ୍ଵାରର ଏକ ଗାଁରେ ଘଟିଛି। ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ଝିଅଟି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ପରେ ଏଭଳି ଲଜ୍ଜ୍ୟନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ଠାରୁ ସମସ୍ତ କଥା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତର ଅନୁସନ୍ଧାନ ଜାରି ରଖିଛି । ଅଭିଯୁକ୍ତ ବାପ ସର୍ବଦା ମଦ ନିଶାରେ ବୁଡି ରହୁଥିବାରୁ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି। ଏହି ଘଟଣା ପରେ ଝିଅଟି ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇ ପଡ଼ିଛି।

By amfnews

Related Post