Tue. Sep 8th, 2026

ପଲିଥିନ ପଡ଼ିଥିଲା ବୋଲି ଫାଇନ୍‌ ହେଲା ଲକ୍ଷେ ଟଙ୍କା

274 Views

ବ୍ରହ୍ମପୁର : ମଦ ଦୋକାନ ଆଗରେ ପଡ଼ିଥିଲା ପଲିଥିନ। ଫାଇନ୍‌ ହେଲା ଲକ୍ଷେ ଟଙ୍କା। ବ୍ରହ୍ମପୁରର ଏକ ମଦ ଦୋକାନ ଉପରେ ଏପରି ଫାଇନ୍‌ ଲଗାଇଛନ୍ତି ଖୋଦ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଆଜି ସକାଳେ ସାଇକେଲରେ ବୁଲି ସଫେଇ କାର୍ଯ୍ୟର ତଦାରଖ ପାଇଁ ବାହାରିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଏହି ସମୟରେ ଏକ ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଏହି ଜୋରିମାନା ଲଗାଇଛନ୍ତି। କେବଳ ଏତିକି ନୁହେଁ ସହରରେ ଥିବା ଅନ୍ୟ ୪ ଜଳଖିଆ  ଦୋକାନକୁ ୧୦ ହଜାର ଟଙ୍କା ଲେଖାଏଁ ମଧ୍ୟ ଜୋରିମାନା କରିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳ କେବଳ ଜରିମାନା ପକାଇବା ସହ ଘର ଚତୁଃପାର୍ଶ୍ୱ ପରିଷ୍କାର ରଖିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।   ଏଥିସହ ମ୍ୟୁନିସିପାଲିଟି ଗାଡ଼ି ଆସିବା ସମୟ ବୁଝିବା ସହ କାମର ତଦାରଖ କରିଥିଲେ।

By amfnews

Related Post