Mon. Sep 7th, 2026

୫ ବର୍ଷରେ ଦବିଗଲା ସୁକତେଲ ବ୍ରିଜ୍

251 Views

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜଟି ଦବି ଯାଇଥିବା ଜଣାପଡିଛି। ବ୍ରିଜ ନିର୍ମାଣକୁ ୫ ବର୍ଷ ପୁରି ନଥିବା ବେଳେ ଏହା ଦବି ଯାଇଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ଏହି ବିଜ୍ରଟି ନିର୍ମାଣ କରାଯାଇଥିଲା। ବ୍ରିଜଟି ଦବି ଯାଇଥିବା ବେଳେ କେତେବେଳେ ଏହା ଭଙ୍ଗିପଡିବ କହି ହେବନି। ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି।

ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର ୬ ଟି ଗାଁର ଲୋକେ ସୁକତେଲ ପୋଲ ଉପରେ ନିର୍ଭର କରିଥାନ୍ତି। ବ୍ରିଜ ଦବି ଯାଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯିବା ଆସିବା କରୁନାହାନ୍ତି।

ସ୍ଥାନୀୟ ବାସିନ୍ଦା ଦିଲୀପ ପଣ୍ଡା କହିଛନ୍ତି,“ ଏହି ବ୍ରିଜ୍‌ ଉପରେ ୬ ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ବିଜ୍ରଟି ଦବି ଯାଇଥିବାରୁ କେତେ ବେଳେ ଦୁର୍ଘଟଣା ଘଟିବ କେହି କହି ପାରିବ ନାହିଁ।”

By amfnews

Related Post